ଉଦଳା ହାଇସ୍କୁଲ ୭୭ବ୍ୟାଚ୍ର ବନ୍ଧୁମିଳନ
ବାଲେଶ୍ୱର, (ସରୋଜ ପଣ୍ଡା) : ଦୀର୍ଘ ୪୪ବର୍ଷ ପରେ ସମ୍ପର୍କ ଯୋଡ଼ିଲେ ଛାତ୍ରବନ୍ଧୁ । ୧୯୭୧ ମସିହାରୁ ୭୭ ବ୍ୟାଚ୍ର ଉଦଳା ହାଇସ୍କୁଲରେ ଅଧ୍ୟୟନରତ ଛାତ୍ରମାନେ ଆଜି ଭାରତବର୍ଷର ବିଭିନ୍ନ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକଲାପରେ କେତେକ ସରକାରୀସ୍ତରରୁ ଅବସର ଗ୍ରହଣ କଲେଣି, ଭିଆରଏସ ନେଲେଣି ଏବଂ କେତେକ ବିଭିନ୍ନ କ୍ଷେତ୍ରରେ ଥାଇ ଏବେ ସାମାଜିକ କାର୍ଯ୍ୟରେ ଯୋଗ ଦେଇଛନ୍ତି । ହେଲେ ଦୀର୍ଘ ୪୪ବର୍ଷ ପରେ ସମସ୍ତେ ଏକତ୍ରିତ ହୋଇ ବନ୍ଧୁର ଭାବାପନ୍ନ ଆବେଗ, କାର୍ଯ୍ୟକାରିତା, ଅଧ୍ୟୟନରତ ସମୟରେ ସେମାନଙ୍କର ବାତ୍ସଲ୍ୟ ମମତା, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସ୍ନେହ, ଶ୍ରଦ୍ଧା ଇତ୍ୟାଦି ସମ୍ପର୍କ ଯୋଡ଼ିଥିଲେ ଗୋଟିଏ ସ୍ଥାନରେ । ଗତ ୨୪ ତାରିଖ ପୂର୍ବାହ୍ନରେ ମୟୂରଭଂଜ ଜିଲ୍ଲା କପ୍ତିପଦା ଅନ୍ତର୍ଗତ କାଳଡ୍ୟାମ ପରିସରରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଅଧ୍ୟକ୍ଷତା କରିଥିଲେ ପ୍ରଣୟ କୁମାର ଦାସ । ପ୍ରାକ୍ ସୂଚନା ଦେଇଥିଲେ ସୁୂରେନ୍ଦ୍ର ଶତପଥୀ । ବକ୍ତବ୍ୟ ରଖିଥିଲେ ହୃଦାନନ୍ଦ ଦଳେଇ, ସଂଯୁକ୍ତା ଦଳେଇ, ଗିରିଶ ଚନ୍ଦ୍ର ମହାନ୍ତି, ସରିତା ମହାନ୍ତି, ସୁବାସ ପୁହାଣ, ସୁବାସିନୀ ପୁହାଣ, ଶ୍ରୀକାନ୍ତ ବେହେରା, ଦୀପାରାଣୀ ବେହେରା, ସୁରେନ୍ଦ୍ର ଶତପଥୀ ସସ୍ତ୍ରୀକ, ବିଦ୍ୟାଧର ବାରିକ, ଶ୍ରୀଧର ପୁଥାଳ, ରବିନାରାୟଣ ପଣ୍ଡା, ବିଜୟ କୁମାର ଦାସ, ଶଶାଙ୍କ ପାତ୍ର, ବିଶ୍ୱରଂଜନ ଓରଫ ଚିତ୍ତରଂଜନ ମହାନ୍ତି, ଦେବକାନ୍ତ ଦାଶ, ସନ୍ତୋଷ ପୁଥାଳ, ଲକ୍ଷ୍ମଣ ଚରଣ ବିନ୍ଧାଣି, ସତ୍ୟନାରାୟଣ ମୋଦି, ନିରଂଜନ ଭୋଳ, ବିଜୟ ସେନାପତି, ଚିତ୍ରସେନ୍ ଘଡ଼େଇ, ହୃଦାନନ୍ଦ ଦଳେଇ, କପୁର ଓରଫ କମଳଲୋଚନ ନାୟକ, ତପନ ମହାପାତ୍ର, ସରୋଜ ଖୁଣ୍ଟିଆ, ଦେବବ୍ରତ ପାଣିଗ୍ରାହୀ, ଅଜିତ କୁମାର ମହାପାତ୍ର, ରବି ନାରାୟଣ ଓରଫ ସୁକାନ୍ତ ପଣ୍ଡା, ବିଜୟ ସେନାପତି ପ୍ରମୁଖ ।


