ଉଦାହରଣ ପାଲଟିଲେ ସ୍ୱାମୀ ତ୍ସୀ, ପରିବେଶ ପାଇଁ ଉତ୍ସର୍ଗିକୃତ ଡ. ବିପିନ ମିଶ୍ର ଓ ତାଙ୍କ ପତ୍ନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଜଣେ ଜଣଙ୍କ ପାଇଁ ପରିପୂରକ । ହେଲେ ଉଭୟ ପରିବେଶ ପାଇଁ ଉତ୍ସର୍ଗିକୃତ । ଓଡ଼ିଶାର ଏପରି ଜଣେ ପ୍ରତିଷ୍ଠିତ ସ୍ୱାମୀ ଓ ତ୍ସୀଙ୍କ ବ୍ୟକ୍ତିତ୍ୱ । ୧୯୮୯ମସିହାରେ ଉଭୟ ବିବାହ କରିବା ପରେ ୧୯୯୦ମସିହା ପରଠୁ ସ୍ୱାମୀ ଓ ତ୍ସୀ ଗଛ ଲଗାଇବା, ଗଛର ଯତ୍ନ ନେବା, ଲୋକଙ୍କୁ ପରିବେଶ ସମ୍ପର୍କରେ ସଚେତନ କରିବା ଓ ସାମୂହିକ ଭାବେ ବୃକ୍ଷ ରୋପଣ କରିବା ସହ ଏହାର ଯତ୍ନ ନେବାରେ ବ୍ରତ ଧାରଣ କରିଛନ୍ତି । ଯାହା ଫଳରେ ଉଭୟ ରାଜ୍ୟ ସରକାରଙ୍କ ନିକଟରୁ ପରିବେଶ ସୁରକ୍ଷା ପାଇଁ ସମ୍ମାନ ହାସଲ କରିଛନ୍ତି । ସେ ହେଉଛନ୍ତି ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ଜାତୀୟ ସମ୍ପାଦକ ଡ଼ ବିପିନ ବିହାରୀ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ତଥା ସଂସ୍ଥାର ଜାତୀୟ ମହିଳା କମିଟିର ଅଧ୍ୟକ୍ଷ ଡ. ସୁକାନ୍ତି ମିଶ୍ର । ବିଶ୍ୱ ପରିବେଶ ଦିବସ ଅବସରରେ ଡ. ବିପିନ ବିହାରୀ ମିଶ୍ରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକୃତି ବନ୍ଧୁ ସମ୍ମାନ ମିଳିଥିବା ବେଳେ ତାଙ୍କ ଧର୍ମପତ୍ନୀ ଡ. ସୁକାନ୍ତି ମିଶ୍ରଙ୍କୁ ପ୍ରକୃତି ମିତ୍ର ସମ୍ମାନ ପ୍ରଦାନ କରାଯାଇଛି । ଯାହା ଆମ ରାଜ୍ୟରେ ସବୁ ସ୍ୱାମୀ ଓ ତ୍ସୀଙ୍କ ପାଇଁ ଉଦାହରଣ ପାଲଟିଛି । ଉଭୟ ନିଜ ସଂସାର ରଥ ଗଡ଼ାଇବା ସହ ପକୃତିକୁ ରକ୍ଷା କରିବା ସହ ସମାଜରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ହଟ।।ଇବା ପାଇଁ କାର୍ଯ୍ୟ କରୁଥିବାରୁ ଉଭୟ ପ୍ରଶଂସନୀୟ ପାଲଟିଛନ୍ତି । ଏହି ଅବସରରେ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ଓଡ଼ିଶା ରାଜ୍ୟ ସଭାପତି ଅଧିବକ୍ତା କିଶୋର ଚନ୍ଦ୍ର କରଙ୍କ ଅଧ୍ୟକ୍ଷତାରେ ଉଭୟ ସ୍ୱାମୀ ତ୍ସୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସର ରେ ଡ. ମିଶ୍ର କହିଥିଲେ ଯେ, ନିଷ୍ଟାପର ଭାବେ କାର୍ଯ୍ୟ କଲେ ବିଳମ୍ବ ହୋଇପାରେ ହେଲେ ସଫଳତା ନିଶ୍ଚିତ ମିଳିବ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଇଂ ବିପିନ ବିହାରୀ ନାୟକ, ଗୋଲକ ବିହାରୀ ସିଂ, ବିରଜା ମିଶ୍ର, ବାଳକୃଷ୍ଣ ରାଉତ, ସୁବାଷ ଚନ୍ଦ୍ର ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ