ଉଦାହରଣ ସୃଷ୍ଟି କଲେ କ୍ୱରାଣ୍ଟାଇନ୍ରେ ସେଣ୍ଟରରେ ଥିବା ପ୍ରବାସୀ ଓଡିଆ
ହିଞ୍ଜିଳି, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାରେ ପ୍ରବାସୀ ଓଡ଼ିଆଙ୍କୁ ସୋସିଆଲ ମିଡିଆରେ ଲୋକମାନେ କୁକୁର,ମାଙ୍କଡ ବୋଲି ସମାଲୋଚନା କରୁଥିବା ବେଳେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି କିଛି ପ୍ରବାସୀ ଓଡ଼ିଆ।ଏହି ପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖୁଦ୍ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବ୍ଲକ ଅନ୍ତର୍ଗତ ବୁରୁପଡା ଗ୍ରାମର ଭଗବତୀ ବିଦ୍ୟାପୀଠ କ୍ୱାରେନ୍ ଟାଇନ୍ ସେଣ୍ଟରରେ । ଏଠାରେ ରହୁଥିବା ପ୍ରବାସୀ ଓଡ଼ିଆ ବିଦ୍ୟାଳୟର ପରିବେଶକୁ ସଫା କରିବା ସହ ଆଗକୁ ଯେଉଁମାନେ ଏଠାକୁ ଆସିବେ ସେମାନେ ମଧ୍ୟ ଏହିଭଳି ବିଦ୍ୟାଳୟର ପରିବେଶକୁ ସଫା ରଖିବା ପାଇଁ ଅନୁରୋଧ କରିଛନ୍ତି। ଏହି ଭଳି କାର୍ଯ୍ୟକୁ ସ୍ଥାନୀୟ ସରପଞ୍ଚ ପ୍ରଶଂସା କରିଛନ୍ତି। ଏଥିରେ ମୁଖ୍ୟ ଭୂମିକା ସାଜିଛନ୍ତି ରାଳବ ଗ୍ରାମର ପ୍ରମୋଦ ସାମଲ।


