ଉଦ୍‌ଘାଟିତ ହେଲା ଟିଲୋ ପଞ୍ଚାୟତ କଂଗ୍ରେସ କାର୍ଯ୍ୟାଳୟ

ବନ୍ତ, (ଚାନ୍ଦିନୀ ମହାନ୍ତି):ଶୁକ୍ରବାର ବନ୍ତ କେନାଲ ଛକ ଠାରେ ଟିଲୋ ପଞ୍ଚାୟତ କଂଗ୍ରେସ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ବନ୍ତ ପଞ୍ଚାୟତ ଶ୍ରୀବନ୍ତପୁର ଗ୍ରାମରେ ମୋ ଘର । ବନ୍ତବାସୀଙ୍କ ସେବା କରିବା ମୋର ନୈତିକ କର୍ତ୍ତବ୍ୟ । ଦୀର୍ଘ ୨୩ ବର୍ଷ ମଧ୍ୟରେ ବନ୍ତରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଜଳସେଚନ କ୍ଷେତ୍ରରେ କୌଣସି ଆଖିଦୃଶିଆ ବିକାଶ ହୋଇପାରିନାହିଁ । କଂଗ୍ରେସ ଅମଳରେ ବନ୍ତରେ କଲେଜ ପ୍ରତିଷ୍ଠା ହୋଇଥିଲା । ଏବେ ୫ଟି ନାମରେ ପୁରୁଣା ବିଦ୍ୟାଳୟ ଗୃହରେ ରଙ୍ଗ ମରାଯାଉଛି । ଜଳସେଚନର ବ୍ୟବସ୍ଥାରେ କୌଣସି ଉନ୍ନତି ହୋଇପାରିନାହିଁ । ରବି ଚାଷ ସମୟରେ ଚାଷୀ ମାନଙ୍କୁ ପାଣି ଯୋଗାଇ ଦିଆଯାଇପାରୁନାହିଁ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମୀଧର ସାହୁ, ଯୁବନେତା ଇଂ.ଲକି ମାଷ୍ଟର ସ୍ୱାଇଁ, ଜ୍ୟୋତି ରଞ୍ଜନ ନାୟକ, ଇଂ.ସୁଧାଂଶୁ ଶେଖର ନାୟକ, ପୂର୍ବତନ ସରପଞ୍ଚ ବାବୁଲି ମହାନ୍ତି, ମଣିଭଦ୍ର ବିଶ୍ୱାଳ, ସେକ୍ ମୁସ୍ତାକ୍ ଅଲ୍ଲୀ ଖାଁ, ରମାକାନ୍ତ ପାଣିଗ୍ରାହୀ, କାଳିଆ ବରାଳ, ପର୍ଶୁରାମ ସାହୁ, ରଞ୍ଜନ ପୃଷ୍ଟି, ଉମେଶ ସାମଲ, ପ୍ରେମାନନ୍ଦ ଜେନା, ଡମ୍ବରୁଧର ବେହେରା, ସୁକାନ୍ତ ସାହୁ, ସରୋଜ ଜେନା, ମନୋଜ ଜେନା, ଉତ୍ତମ ଜେନା, ସୁବ୍ରତ ପୃଷ୍ଟି, ରଙ୍ଗାଧର ସେଠୀ, ପ୍ରକାଶ ରାଉତ, ବାବୁଲି ବେହେରା, ସୁଧାକର କୁଅଁର, ମାଧବାନନ୍ଦ ବିଶ୍ୱାଳ, ପ୍ରଭାକର ସାହୁ, ପ୍ରତାପ ପାତ୍ର, ପ୍ରଦୀପ ପାତ୍ର, ପ୍ରଫୁଲ୍ଲ ଜେନା, ଶ୍ରୀରାମ ଦାସ, ନବଘନ ରାଜ, ଗଦାଧର ସାହୁ, ପଞ୍ଚାନନ ସ୍ୱାଇଁ, ଭିକାରୀ ବେହେରା, ଗବାନୁ ପାତ୍ର, ପବିତ୍ର ପୃଷ୍ଟି, ଗଦାଧର ସାହୁ, ବିଶ୍ୱଭାରତୀ ନାଥଶର୍ମାଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ପୂର୍ବତନ ପିସିସି ସଭାପତିଙ୍କୁ ଏକ ଶୋଭାଯାତ୍ରାରେ ପେଟ୍ରୋଲ ପମ୍ପ ଠାରୁ କେନାଲ ଛକ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ