ଉଦ୍‌ଘାଟିତ ହେଲା “ପ୍ରତୀକ୍ଷା” ଶିବିର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ପିଲାମାନେ ଦୀର୍ଘ ସମୟ ଧରି ଅନ୍‌ଲାଇନ୍ ପାଠ ସହିତ ଅନ୍‌ଲାଇନ୍ ସ୍କାଉଟ ଗାଇଡ୍ ପ୍ରତିଯୋଗିତାରେ ଭାଗ ନେଇ, ଖୋଲା ଆକାଶର କାର୍ଯ୍ୟକ୍ରମ ଲାଗି ବ୍ୟସ୍ତ ହେବା ଦେଖି ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ରାଜ୍ୟ ମୁଖ୍ୟାଳୟ ପରିସରରେ ଆୟୋଜିତ “ପ୍ରତୀକ୍ଷା” ଶିବିର ଆଜି ଉଦ୍‌ଘାଟିତ ହୋଇଅଛି । ବହୁଦିନର ପ୍ରତିକ୍ଷା ପରେ ଆଜି ସ୍କାଉଟ ଗାଇଡ୍‌ର ପିଲାମାନେ ଏକତ୍ର ହୋଇ ବହୁତ ମଜା ଉଠାଉଥିବାର ଦେଖିବାକୁ ମିଳିଥିଲା । ଏହି ପ୍ରତିକ୍ଷା ଶିବିରରେ ୧୨ ଟି ଜିଲ୍ଲାରୁ ୪୫୦ରୁ ଊର୍ଦ୍ଧ୍ୱ ସ୍କାଉଟ, ଗାଇଡ୍‌, ସ୍କାଉଟ ମାଷ୍ଟର, ଗାଇଡ୍ କ୍ୟାପଟେନ ଯୋଗଦାନ କରିଛନ୍ତି । ସକାଳୁ ପିଲାମାନେ ନିଜ ନିଜର ନିତ୍ୟକର୍ମ ସାରିବା ପରେ ପିଲାମାନେ ଏରୋବିକ୍ ମାଧ୍ୟମରେ ବ୍ୟାୟାମ କରିଥିଲେ । ପରେ ପରେ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଭାବକୁ ବୃଦ୍ଧି କରିବା ପାଇଁ ଏକ “ପେପର କ୍ରାଫ୍ଟ” ପ୍ରତିଯୋଗିତା କରାଯାଇଥିଲା ଏବଂ ପୂର୍ବାହ୍ନ ୧୦ ଘଟିକା ସମୟରେ ଶିବିର କାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ ପିଲାମାନଙ୍କପାଇଁ ପ୍ଲାଷ୍ଟିକର ବ୍ୟବହାର କିପରି ବନ୍ଦ କରାଯଇପାରିବ, ପ୍ଲାଷ୍ଟିକର ବ୍ୟବହାର ସମାଜ ଉପରେ କିପରି ଖରାପ ପ୍ରଭାବ ପଡୁଛି ତାହାକୁ ଅତି ପ୍ରାଞ୍ଜଳ ଭାବରେ ପିଲାମାନଙ୍କୁ ବୁଝାଇ ଦିଆଯାଇଥିଲା, ପରେ ପରେ ଝଊଏ ଏକ୍ଟବକ୍ଷ ଏବଂ ବିଶ୍ୱ ସ୍କାଉଟ ସଂଗଠନ ଦ୍ୱାରା ଯୁବପୀଢ଼ୀମାନଙ୍କ ମାଧ୍ୟମରେ ବିଶ୍ୱବ୍ୟାପୀ ଶାନ୍ତିର ବାର୍ତ୍ତା ପ୍ରଚାର ନିମନ୍ତେ ଗରଗ୍ଦଗ୍ଦରଦ୍ଭଶରକ୍ସ କ୍ଟଲ ଚରବମର କର୍ମଶାଳା ଆୟୋଜନ କରାଯାଇଥିଲା । ପିଲାମାନେ ଏହାର ଭରପୁର ଆନନ୍ଦ ଉଠାଇଥିଲେ । ଅପରାହ୍ନ ୪.୩୦ ଘଟିକା ସମୟରେ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳି ପ୍ରସାଦ ମିଶ୍ରଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ସଚିବ, ଅର୍ଥ ବିଭାଗ ଶ୍ରୀ ଅଶୋକ କୁମାର ରଥଙ୍କ ଉପସ୍ଥିତିରେ ଡଃ ମିଶ୍ର ସ୍କାଉଟ ଗାଇଡ୍ ମାନଙ୍କୁ ଉଦ୍‌ବୋଧନ ଦେବାକୁ ଯାଇ “ପ୍ରତୀକ୍ଷା” କ୍ୟାମ୍ପର ଉଦ୍ଦେଶ୍ୟ ସମ୍ବନ୍ଧରେ ଅତିଥିଙ୍କୁ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ଶ୍ରୀ ରଥ ସ୍କାଉଟ ଓ ଗାଇଡ୍ ସଂଗଠନର ଅତୀତ ଦିନର କାର୍ଯ୍ୟକ୍ରମର ସ୍ମୃତିଚାରଣ କରିବା ସହିତ ଆଗକୁ ଛାତ୍ରଛାତ୍ରୀମାନଙ୍କ ସୁଦୂର ଭବିଷ୍ୟତକୁ ଆଖିରେ ରଖି ଏଭଳି ଏକ ଆୟୋଜନ କରିଥିବାରୁ ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ରଙ୍କ ଆଭିମୁଖ୍ୟ ଖୁବ୍ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ । ଏହି ପ୍ରତିକ୍ଷା କ୍ୟାମ୍ପରେ ସ୍କାଉଟ ଗାଇଡ୍‌ମାନେ ନିଜ ନିଜର ଅନ୍ତର୍ନିହିତ ପ୍ରତିଭାର ପ୍ରଦର୍ଶନ କରିବାପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି କହିଥିଲେ । ରାଜ୍ୟ ମୁଖ୍ୟ କମିଶନର ଡଃ. ମିଶ୍ର ପିଲାମାନଙ୍କୁ ଏପରି ପ୍ରତିକୂଳ ପରିସ୍ଥିତିରେ ଆସିଥିବାରୁ ତାଙ୍କ ଜିଲ୍ଲାଶିକ୍ଷାଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସନ୍ଧ୍ୟାରେ ସ୍କାଉଟ ଓ ଗାଇଡ୍‌ମାନଙ୍କ ଦ୍ୱାରା ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ ରାଜ୍ୟ ସଂଗଠନ କମିଶନର (ଗାଇଡ୍‌) ଏବଂ ଆଡିମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀମତୀ ଅନାମିକା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ