ଉଦ୍ଧବ-ନବୀନ ଆଲୋଚନା, ମହାରାଷ୍ଟ୍ରରୁ ଫେରିବେ ଓଡ଼ିଆ

ଭୁବନେଶ୍ୱର : ମହାରାଷ୍ଟ୍ରରେ କାମ କରୁଥିବା ଓଡ଼ିଆ ଶ୍ରମିକମାନଙ୍କୁ ନିରାପଦରେ ଓଡ଼ିଶା ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ଭିଡ଼ିଓ କନଫେରେନ୍ସିଂ ଜରିଆରେ ଆଲୋଚନା ହୋଇଛି । ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରୁ ଭିଡ଼ିଓ କନଫେରେନ୍ସିଂ ଜରିଆରେ ଯୋଗ ଦେଇଥିଲେ ।
ଆଲୋଚନାରେ ହୋଇଥିବା ନିଷ୍ପତି ଅନୁଯାୟୀ, ମହାରାଷ୍ଟ୍ରରୁ ଓଡ଼ିଶା ଫେରିବାକୁ ଚାହୁଁଥିବା ଆଗ୍ରହୀ ଓଡ଼ିଆ ଶ୍ରମିକମାନଙ୍କୁ ନିରାପଦ ଓ ଶୃଙ୍ଖଳିତ ଭାବେ ବସ ଯୋଗେ ଫେରାଇ ଅଣାଯିବ । ଏଥିପାଇଁ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଆଲୋଚନା କରି ବରିଷ୍ଠ ଅଫିସରମାନଙ୍କୁ ସମନ୍ୱୟ ଦାୟିତ୍ୱ ଦିଆଯିବ । ମୁଖ୍ୟତଃ ସେମାନଙ୍କୁ ବସଯୋଗେ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯିବ । ସେହିପରି ଅନ୍ୟ ପରିବହର ମାଧ୍ୟମ ସମ୍ପର୍କରେ ଅନୁଧ୍ୟାନ କରି ନିଷ୍ପତି ନିଆଯିବ ।
ଓଡ଼ିଶା ଫେରିବାକୁ ଚାହୁଁଥିବା ସବୁ ବ୍ୟକ୍ତିଙ୍କ ପାଇଁ ପଂଜୀକରଣ ବାଧ୍ୟତାମୂଳକ । ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ । ଯାହାଦ୍ୱାରାକି ସେମାନେ ଓଡ଼ିଶାରେ ପହଁଚିବା ପରେ କ୍ୱାରେଂଟାଇନରେ ରହିବା ସହିତ ଅନ୍ୟାନ୍ୟ ସୁବିଧା ପାଇପାରିବେ । ମହାରାଷ୍ଟ୍ରରୁ ଶ୍ରମିକମାନଙ୍କୁ ନେଇ ଫେରୁଥିବା ବସ ଉପରୁ ସମସ୍ତ ପ୍ରକାର ଟିକସ ଛାଡ଼ କରାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଠାକରେ ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହିତ ମଧ୍ୟପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ସରକାରମାନଙ୍କୁ ମଧ୍ୟ ରୋଡ଼ ଟ୍ୟାକ୍ସ ଛାଡ଼ କରିବା ପାଇଁ ଅନୁରୋଧ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ