ଉଦ୍ଧାର ଆହତ ହରିଣ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବେତନଟୀ,(ଉଦିତ କୁମାର ପରିଡା) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନରେ ଥିବା ବଡ଼ସାହି ଦୁର୍ଗାପୁର ପଞ୍ଚାୟତ ଆଗୁଆଡ଼ ଗ୍ରାମ ନିକଟ ଜଙ୍ଗଲରେ ଶନିବାର ମଧ୍ୟରାତ୍ରିରେ କିଛି ଗ୍ରାମବାସୀ ଏକ ହରିଣକୁ ଦେଖିବାକୁ ପାଇଥିଲେ। ଗାଁ ଜଙ୍ଗଲ ମଧ୍ୟରେ ସେହି ଏକୁଟିଆ ହରିଣଟିକୁ କିଛି ବୁଲା କୁକୁର ଆକ୍ରମଣ କରୁଥିବାର ଦେଖି ସେହି ଅଞ୍ଚଳର ସମାଜସେବୀ ଶିକ୍ଷକ ଦୀପକ କୁମାର ପାତ୍ର ବେତନଟୀ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇବା ପରେ ବେତନଟୀ ରେଞ୍ଜର ମନୱର ଖାନ ନିଜ ଟିମ ସହ ସେହି ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ହରିଣଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତାକୁ ଆଣି ବେତନଟୀ ପଶୁ ଚିକିତ୍ସା କେନ୍ଦ୍ରରେ ହରିଣ ଟିର ଚିକିତ୍ସା ବେଳେ ତାର ମୃତ୍ୟ ଘଟିଥିଲା। ରବିବାର ସକାଳେ ହରିଣଟିର ଶବ ବ୍ୟବଛେଦ କରାଯାଇ ତାକୁ କାର୍ଯ୍ୟାଳୟ ମଧ୍ୟରେ ପୋତାଯାଇଥିବା ରେଞ୍ଜର ସୂଚନା ଦେଇଛନ୍ତି। ହରିଣଟି ହଠାତ୍ କୁଆଡୁ ଆସି ଗ୍ରାମ ଜଙ୍ଗଲରେ କିପରି ପ୍ରବେଶ କଲା ସେ ନେଇ ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗୁଥିବା ହେତୁ ହରିଣମାନେ ଗାଁ ଜଙ୍ଗଲ ମୁହାଁ ହେଉଥିବା ଅନୁମାନ କରାଯାଉଛି। ଆଗାମୀ ଦିନରେ ବେତନଟୀ ରେଞ୍ଜ ଅଧୀନ ଜଙ୍ଗଲରେ ଆଉ କେତେ ହରିଣ ଅଛନ୍ତି ତାର ଗଣନା ଯଥାଶୀଘ୍ର କରାଯିବା ନେଇ ସାଧାରଣରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ