ଉଦ୍ଧାର ଫାଉଁଣ୍ଡେସନ ସଂଗଠନ ତରଫରୁ ଆନ୍ତର୍ଜାତୀୟ ଖାଦ୍ୟ ଦିବସ ପାଳିତ

ଚୌଦ୍ଵାର,(ଦୀପକ୍ କୁମାର ବେଉରା): ଆଜି ଆନ୍ତର୍ଜାତୀୟ ଖାଦ୍ୟ ଦିବସ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପାଳିତ ହୋଇଥିବାବେଳେ କଟକ ଜିଲ୍ଲାର ଅଗ୍ରଣୀ ସମାଜସେବା ସଂଗଠନ ଉଦ୍ଧାର ଫାଉଁଣ୍ଡେସନ ତରଫ ରୁ ଚୈାଦ୍ବାର ପୈାରାଞ୍ଚଳର ‘୧୭ ‘ନମ୍ବର ଓ୍ବାଡ୍ ପଲ୍ଲୀସାହି କୁଷ୍ଠାଶ୍ରମରେ କରୋନା ସମୟରେ ଖାଦ୍ୟ ଅଭାବ ପରିସ୍ଥିତି କୁ ଦୃଷ୍ଟିରେ ରଖି ଦୁଇ ଶହ ବ୍ୟକ୍ତିବିଶେଷଙ୍କ ପାଇଁ ଭାତ ଏବଂ ମାଛ ତରକାରୀ ଖାଦ୍ୟପେୟ ର ବ୍ୟବସ୍ଥା କରାଯାଇଥିଲା। ଏହି ଦରିଦ୍ର ନାରାୟଣ ଙ୍କ ସେବା ସଂଗଠନ ର ସମ୍ପାଦକ ଶିବାନନ୍ଦ ବାରିକ ଙ୍କ ତତ୍ତ୍ଵାବଧାନ ରେ ସୁଚାରୁ ରୂପେ ସମାପନ ହୋଇଥିଲା। ଉକ୍ତ ପବିତ୍ର କାର୍ଯ୍ୟ ରେ ସଂଗଠନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ନରୋତ୍ତମ ଦାସ , ଉପଦେଷ୍ଟା କିରଣବାଳା ନାୟକ, ଉପସଭାପତି ପଦ୍ମପାଦ ସାହୁ, ଦିଲ୍ଲୀପ୍ ସାହୁ, କୋଷାଧ୍ୟକ୍ଷ ସଂଜୟ ମିଶ୍ର, ସଦସ୍ୟ ଶଶାଙ୍କ ଶେଖର ରାଉତ, ଲିଟୁ ମହାନ୍ତି, ସରୋଜ ବେହେରା, ପବିତ୍ର ମହାପାତ୍ର, ବିଚିତ୍ର ବରାଳ, ରାକେଶ ସାହୁ, କେଦାର ନାଥ ବେହେରା, କାହ୍ନୁଚରଣ ସେଠି, ସରୋଜ ସାହୁ, ସଂଗ୍ରାମ ରାଉତ, ଆଶିଷ ମହାପାତ୍ର, ସ୍ବରୂପ ଷଡଙ୍ଗୀ, ସୁବେନ୍ଦୁ ବେହେରା, ମହେନ୍ଦ୍ର ବେହେରା, ସଦସ୍ୟା ସାଇକ୍ଲୋନି ସାହୁ, ଉର୍ମିଳା ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ