ଉଦ୍ଧାର ଫାଉଁଣ୍ଡେସନ ସଂଗଠନ ଦ୍ଵାରା ଫେରାର ଥିବା ପ୍ରେମୀ ଯୁଗଳଙ୍କ ବିବାହ କାର୍ଯ୍ୟ ସଂପନ୍ନ
ଚୌଦ୍ଵାର, (ଦୀପକ୍ କୁମାର ବେଉରା):ଆଜକୁ ତିନିଦିନ ହେବ ଚୈାଦ୍ବାର ଥାନା ଅଞ୍ଚଳର ଦୁଇ ପ୍ରାପ୍ତ ବୟସ୍କ ପ୍ରେମୀ ଯୁଗଳ ଘରଲୋକଙ୍କ ଅଗୋଚରରେ ଫେରାର ଥିଲେ। ଏହି ପ୍ରେମୀ ଯୁଗଳ ଫେରାର ରହି ନିଜ ଘରଲୋକଙ୍କ ସହ ଭୟରେ କୈାଣସି ଯୋଗାଯୋଗ ରଖୁନଥିଲେ। ଏହି ଘରୋଇ ହିଂସା ସମସ୍ୟା କୁ ନେଇ କଟକ ସହରର ସମାଜସେବୀ ସିକନ୍ କୁମାର ସାହୁ ଙ୍କ ସହାୟତାରେ ଉଦ୍ଧାର ଫାଉଁଣ୍ଡେସନ ସଂଗଠନ ସହ ଯୋଗାଯୋଗ କରିଥିଲେ। ସଂଗଠନର ଫ୍ୟାମିଲି କାଉନସିଲିଂ ଟିମ୍ ଉଭୟ ପକ୍ଷ ଙ୍କ ଘରକୁ ଯାଇ ବୁଝାସୁଝା କରି ଦୁହିଁ ଙ୍କ ବିବାହ ପାଇଁ ସମାଧାନ ର ସୂତ୍ର କାଢିଥିଲେ। ଆଜି ସଂଗଠନ ର ସମସ୍ତ କର୍ମକର୍ତ୍ତା ମିଶି ଫେରାର ଥିବା ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରି ବିବାହ କାର୍ଯ୍ୟ ସଂପନ୍ନ କରିଥିଲେ। ବିବାହ ପରେ ପୁଅ ବୋହୂ ଙ୍କୁ ଶଶୁର ହିରଣ୍ୟ ଜଟ ଖୁସିରେ ଘରକୁ ଆମନ୍ତ୍ରଣ କରିନେଇଯାଇଥିଲେ । ଏହି ବିବାହ କାର୍ଯ୍ୟ ରେ ସଂଗଠନର ସଭାପତି ଶ୍ରୀଯୁକ୍ତ ନରୋତ୍ତମ ଦାସ, ବରିଷ୍ଠ ଉପଦେଷ୍ଟା କିରଣବାଳା ନାୟକ, ଗୋଲାପ ସିଂ ଉପସଭାପତି ପଦ୍ମପାଦ ସାହୁ, ଦିଲ୍ଲୀପ୍ ସାହୁ, ସଦସ୍ୟ ସଂଜୀବ ନାୟକ, ସୌମ୍ୟରଞ୍ଜନ ଅମାନ୍ତ, ମହେଶ ବେଉରା, ରାକେଶ ସାହୁ, ଅବିନାଶ ଲେଙ୍କା, ଓମ୍ ପ୍ରକାଶ ନାୟକ, ପୀୟୁଷ ପ୍ରିୟଦର୍ଶନ ନାୟକ, ଶ୍ରୀକାନ୍ତ ଜେନା, ସ୍ମୃତି ରଞ୍ଜନ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଉକ୍ତ ବିବାହ କାର୍ଯ୍ୟ ସୁଚାରୁରୂପେ ସମାପନ କରିଥିଲେ ।