ଉଦ୍ଧାର ଫାଉଁଣ୍ଡେସନ ସହାୟତାରେ ପରିବାର କୁ ଫେରିଲେ ଅସହାୟ ବୃଦ୍ଧ

ଚୌଦ୍ଵାର,(ଦୀପକ୍ କୁମାର ବେଉରା): ଆଜକୁ କିଛି ଦିନ ହେବ ୫୮ ବର୍ଷରୁ ଉର୍ଦ୍ଧ ଜଣେ ବୃଦ୍ଧ ଚୈାଦ୍ବାର ଚୁଡାଖିଆ ସ୍ଥିତ ବିରାଟ ବଜାରରେ ବୁଲୁଥିବାର ଉଦ୍ଧାର ଫାଉଁଣ୍ଡେସନ ର ସଦସ୍ୟ ଚିତ୍ତରଂଜନ ଶର୍ମା ଦେଖିବାକୁ ପାଇ ଅସହାୟ ବୃଦ୍ଧ ଜଣଙ୍କର ପରିଚୟ ପଚାରିବା ସହ ତାଙ୍କ ଖାଦ୍ୟ ପେୟ ଓ ରହିବାର ର ବ୍ୟବସ୍ଥା କରିଥିଲେ। ବୃଦ୍ଧ ଜଣଙ୍କ ନିଜ ପରିଚୟ ପ୍ରଦାନ କରିକହିଥିଲେ ତାଙ୍କ ନାମ -ଟିମା ଦେହୁରୀ ଏବଂ ଘର-ଆଗ୍ରାହାଟ ବରାଳ ସାହି । ଠିକଣା ମୁତାବକ ଫାଉଁଣ୍ଡେସନ ର ସଦସ୍ୟ ମାନେ ଯାଇ ତାଙ୍କ ପରିବାର ସହ କଥାବାର୍ତ୍ତା ହେବା ସହ ବୁଝାସୁଝା କରିଥିଲେ। ଯାହା ଫଳରେ ତାଙ୍କ ପରିବାର ଲୋକ ଆସି ନିଜ ଦାଦାଙ୍କୁ ସୁରକ୍ଷିତ ଭାବରେ ଘରକୁ ଫେରାଇ ଆଣିଥିଲେ ଏବଂ ନିଜ ଦାଦାଙ୍କୁ ପାଖରେ ରଖି ଯତ୍ନ ନେବା ସହ ତାଙ୍କ ସେବା ଶୁଶ୍ରୂଷା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଉଦ୍ଧାର କାର୍ଯ୍ୟ ରେ ସଂଗଠନ ର ଆଗ୍ରାହାଟ ଜୋନ୍ ହେଡ୍ ବିଶ୍ୱଜିତ୍ ବେହେରା, ସାମୁଏଲ୍ ବେହେରା, ରାଜା ମହାନ୍ତି ପ୍ରମୁଖ ସଦସ୍ୟ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ