ଉଦ୍ଧାର ଫାଉଁଣ୍ଡେସନ ସହାୟତାରେ ଘରକୁ ଫେରିଲେ ଅସହାୟ ବୃଦ୍ଧା
ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଆଜି ଚୈାଦ୍ବାର ଥର୍ମାଲରୋଡ୍ ସ୍ଥିତ ଦକ୍ଷିଣେଶ୍ବରୀ କାଳୀ ମନ୍ଦିର ନିକଟରେ ଏକ ଅପରିଚିତ ଅସହାୟ ମହିଳା (୬୫) ବସିଥିବାର ଚୈାଦ୍ବାର ଯାତ୍ରା କମିଟିର କାର୍ଯ୍ୟକାରି ସଭାପତି ପ୍ରଦୀପ ନାୟକ ଦେଖି “ଉଦ୍ଧାର ଫାଉଁଣ୍ଡେସନ ସହ ଯୋଗାଯୋଗ କରିଥିଲେ”। ଉକ୍ତ ଖବର ପାଇ ତତକ୍ଷଣାତ୍ ସଂଗଠନ ର ବରିଷ୍ଠ ଉପଦେଷ୍ଟା କିରଣବାଳା ନାୟକ , ସଂପାଦକ ଶିବାନନ୍ଦ ବାରିକ୍, ସଦସ୍ୟ ରଂଜନ ମହାରଣା ଏବଂ ସଦସ୍ୟା ସାଇକ୍ଲୋନି ସାହୁ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଭୋକିଲା ମହିଳା ଙ୍କ ପାଇଁ ଖାଦ୍ୟପେୟର ବନ୍ଦୋବସ୍ତ କରିବା ସହ ତାଙ୍କ ପରିଚୟ ଏବଂ ଠିକଣା ପଚାରି ବୁଝିଥିଲେ। ମହିଳା ଜଣଙ୍କ ତାଙ୍କ ନାମ ଅଇରୀ ସାମଲ ପୁଅନାମ ବିରଞ୍ଚି ସାମଲ ,ଘର ଠିକଣା କଟକ ଶିଖରପୁର ବୋଲି କହିଥିଲେ। ତାଙ୍କ ଝିଅ ଅସୁସ୍ଥ ଥିବା ଖବର ପାଇ ସେ ଝିଅର ଶାଶୁଘର ଚଷାପଡା ଯିବେ ବୋଲି ଚାଲିଚାଲି ପଳେଇ ଆସିଥିଲେ।କିନ୍ତୁ ଚୌଦ୍ୱାର କାଳୀମନ୍ଦିର ପାଖରେ ଆଚେତ ହୋଇ ପଡିଯାଇଥିଲେ ବୋଲି କହିଥିଲେ l ମହିଳା ଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ସଂଗଠନ ର ସଦସ୍ୟ ମାନେ ତାଙ୍କ ନାତି ଏବଂ ପୁଅ ସହ ଯୋଗାଯୋଗ କରିଥିଲେ। ଉକ୍ତ ଖବର ପାଇ ତାଙ୍କ ଝିଅର ପୁଅ ନାତି ମାନସ ଗୋଛାୟତ ଆସି ନିଜ ଆଇ ଙ୍କୁ ସାଥିରେ ନେବା ସହ ଏହିପରି ଭୁଲ୍ ଭବିଷ୍ୟତ ରେ ହେବନାହିଁ ଓ ବୃଦ୍ଧା ମା ଙ୍କ ଯତ୍ନ ନେବେ ବୋଲି ଲିଖିତ ଚୁକ୍ତି କରିଥିଲେ l


