ଉଦ୍ଧାର ଫାଉଣ୍ଡେସନ ତରଫରୁ ଅସହାୟ ଙ୍କୁ ବସ୍ତ୍ର ବଣ୍ଟନ
ଚୌଦ୍ୱାର,(ଦୀପକ୍ କୁମାର ବେଉରା): ଆଜି ଉଦ୍ଧାର ଫାଉଁଣ୍ଡେସନ ସଂଗଠନ ଏବଂ ଆଦ୍ୟାଶା ଟ୍ରଷ୍ଟ ର ମିଳିତ ପ୍ରୟାସରେ ନୂତନବର୍ଷ ୨୦୨୧ ର ପ୍ରଥମ ଦିନରେ ଚୈାଦ୍ବାର ସ୍ଥିତ ପଲ୍ଲୀ ଆଶ୍ରମରେ ଥିବା ଅସହାୟ ମହିଳା ମାନଙ୍କୁ ନୂତନ ବସ୍ତ୍ର ବଣ୍ଟନ କରାଯାଇଛି। ସଂଗଠନର ସଦସ୍ୟ ମାନେ ବର୍ଷ ର ପ୍ରଥମ ଦିନରେ ଦରିଦ୍ର ନାରାୟଣ ମାନଙ୍କ ସେବା କରି ସେମାନଙ୍କ ଠୁ ଆଶୀର୍ବାଦ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଚୈାଦ୍ବାର ର ବୁଦ୍ଧିଜିବୀ ଏବଂ ବରିଷ୍ଠ ନାଗରିକ ମାନେ ଭୂୟସି ପ୍ରଶଂସା କରିଥିଲେ। ଏହି ପବିତ୍ର କାର୍ଯ୍ୟକ୍ରମରେ ଆଦ୍ୟାଶା ଟ୍ରଷ୍ଟ ର ସଭାପତି ଶଶାଙ୍କ ସୁନ୍ଦର ରାଉତ, ଉଦ୍ଧାର ଫାଉଁଣ୍ଡେସନ ର ସଭାପତି ଶ୍ରୀଯୁକ୍ତ ନରୋତ୍ତମ ଦାସ, ଉପଦେଷ୍ଟା କିରଣବାଳା ନାୟକ, ଗୋଲାପ ସିଂ, ସଂପାଦକ ଶିବାନନ୍ଦ ବାରିକ୍, କୋଷାଧ୍ୟକ୍ଷ ସଂଜୟ ମିଶ୍ର, ଉପସଭାପତି ଦିଲ୍ଲୀପ୍ ସାହୁ, ସଂଜୀବ ନାୟକ, ତୁଷାର ବିଶ୍ବାଳ, ଗୁରୁଦତ୍ତ ପ୍ରସାଦ, ଉର୍ମିଳା ମଲ୍ଲିକ, କୀର୍ତ୍ତି ଅଭିପ୍ସା , ସାଇକ୍ଲୋନି ସାହୁ, ବି ହେମନ୍ତ କୁମାର, ଜନ୍ମେଜୟ ମିଶ୍ର, ଓମ୍ ପ୍ରକାଶ ନାୟକ, ସୁକାନ୍ତ ବେହେରା, ସତ୍ୟବ୍ରତ ବେହେରା, ସରୋଜ ସାହୁ, ନୃସିଂହ ପରିଡା, କେଦାରନାଥ ବେହେରା, ଶ୍ରୀ କାନ୍ତ ଜେନା, ସତ୍ୟପ୍ରକାଶ ମଲ୍ଲିକ, ପିୟୁଷ ପ୍ରିୟଦର୍ଶନ, ଜିତେନ୍ଦ୍ର ପ୍ରଧାନ, ରାଜା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।