ଉଦ୍ଧାର ଫାଉଣ୍ଡେସନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଆଜି କଟକ ଜିଲ୍ଲାର ଅଗ୍ରୀଣ ସ୍ୱେଚ୍ଛାସେବୀ ସଙ୍ଗଠନ ଉଦ୍ଧାର ଫାଉଣ୍ଡେସନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି l ଏହି ମହିଳା ଦିବସ ରେ କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ଅଞ୍ଚଳ ର ନିଜ ଏରିଆ ରେ ମହିଳା ମାନେ ଏକାଠି ହୋଇ ମହିଳା ସମିତି ଗଠନ କରି ବିଭିନ୍ନ ଉର୍ନତିମୂଳକ କାର୍ଯ୍ୟକ୍ରମ କରି ନିଜ ଅଞ୍ଚଳ ତଥା ରାଜ୍ୟ ରେ ସୁନାମ ଅର୍ଜନ କରିଥିବା ଅଗ୍ରଣୀ ମହିଳା ସମିତି କୁ ଆଜି ଆନ୍ତର୍ଜାତୀୟ ମହିଳା ଦିବସରେ ସମ୍ବର୍ଦ୍ଧନା କରାଯାଇଛି lଟାଙ୍ଗୀ ଚୌଦ୍ୱାର ରେ ଉକ୍ତ ମହିଳା ସମିତି ଗୁଡିକ ହେଲା ଶଙ୍କରେଶ୍ୱର ମହିଳା ସମିତି, ସରସ୍ବତୀ ମହିଳା ସମିତି, ଗାୟତ୍ରୀ ମହିଳା ସମିତି, ମା ଶରଦେଇ ମହିଳା ସମିତି ଓ ମା ବୋଉଲେଈ ମହିଳା ସମିତି କୁ ସମ୍ବର୍ଦ୍ଧନା ଓ ପୁଷ୍ପଗୁଚ୍ଛ ଦିଆଯାଇଥିଲା ଏହି ସମ୍ବର୍ଦ୍ଧନା ଉତ୍ସବ ରେ ସଂଗଠନ ରେ ସଭାପତି ନରୋତ୍ତମ ଦାସ, ବରିଷ୍ଠ ଉପଦେଷ୍ଟା ଗୋଲାପ ସିଂ, ପ୍ରମିଳା ଓଝା, ମିନା ଚୌଧୁରୀ, ସମ୍ପାଦକ ଶିବାନନ୍ଦ ବାରିକ, ଉପ ସଭାପତି ଦିଲୀପ ସାହୁ, ବରିଷ୍ଠ ସଦସ୍ୟ ଆବେଶ କମାଲ, ସରୋଜ ସାହୁ, ସେକ ଅଜିମଉଦିନ, ବିକ୍ରମ ଜେନା, ସାଇକ୍ଲୋନି ସାହୁ,ବି ହେମନ୍ତ କୁମାର, ଶ୍ରୀକାନ୍ତ ଜେନା, ସତ୍ୟବ୍ରତ ବେହେରା,ସ୍ମୃତି ରଞ୍ଜନ ପରିଡା, ସେକ ଆପ୍ରୋଜ, ବନିତା ବେହେରା, ଶୁଭ୍ରଜିତ ବିଶୋଇ ଓ ଆଲୋକ ସିଂ ପ୍ରମୁଖ ଉପସ୍ଥିତ ଥିଲେl


