ଉଦ୍ଧାର ଫାଉଣ୍ଡେସନ ତରଫରୁ କାର୍ଗିଲ ବିଜୟ ଦିବସ ପାଳିତ

ଚୌଦ୍ଵାର, (ଦୀପକ୍ କୁମାର ବେଉରା):ଆଜି ଉଦ୍ଧାର ଫାଉଣ୍ଡେସନ ସଂଗଠନ ତରଫରୁ ପବିତ୍ର କାର୍ଗିଲ ବିଜୟ ଦିବସ ପାଳିତ ହୋଇ ଯାଇଛି, ଏହି କାର୍ଗିଲ ବିଜୟ ଦିବସରେ ସଂଗଠନ ର କର୍ମକର୍ତା କାର୍ଗିଲ ଯୁଦ୍ଧ ରେ ସହିଦ ହୋଇଥିବା ଚୌଦ୍ୱାର ର ବରପୁତ୍ର ଅମର ସ୍ବର୍ଗତ ରାଜକିଶୋର ସାହୁ ଙ୍କ ପ୍ରତିମୂର୍ତ୍ତି କୁ ସଫେଇ କରି ଧୂପ, ଦୀପ, ଏବଂ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଓ ବୀର ଯବାନ ରାଜକିଶୋର ସାହୁ ଙ୍କ ପାଇଁ ନିରବ ପ୍ରାର୍ଥନା କରା ଯାଇଥିଲା, ଏହି ପବିତ୍ର କାର୍ଯ୍ୟରେ ସଂଗଠନ ର ବରିଷ୍ଠ ଉପଦେଷ୍ଟା କିରଣବାଳା ନାୟକ, ସଭାପତି ନରୋତ୍ତମ ଦାସ, ଉପସଭାପତି ଦିଲ୍ଲୀପ କୁମାର ସାହୁ, କୋଷାଧ୍ୟକ୍ଷ ସଞ୍ଜୟ ମିଶ୍ର, ସହ-ସମ୍ପାଦକ କାଁହୁ ଚରଣ ସେଠୀ, କାର୍ଯ୍ୟକାରୀ ସଦସ୍ୟ କେଦାରନାଥ ବେହେରା, ଆଶିଷ କୁମାର ସାମନ୍ତରାୟ ଙ୍କ ସହ ଚୌଦ୍ୱାର ଦମକଳ ବିଭାଗ ର ବରିଷ୍ଠ କର୍ମଚାରୀ ମାନେ ଆସି ଅମର ରାଜକିଶୋର ସାହୁ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ