ଉଦ୍ଭିଦ ବିଜ୍ଞାନ ବିଭାଗ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ପିପୁଲସ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗର ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ପ୍ରଫେସର ରଜନୀକାନ୍ତ ଦାଶ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ପ୍ରଫେସର ଅକ୍ଷୟ କୁମାର ସାହୁ, ପ୍ରଫେସର ଆତ୍ମପ୍ରକାଶ ନାୟକ, ଓ ପ୍ରଫେସର ପ୍ରଭଞ୍ଜନ ମୁନି ଯୋଗଦେଇଥିଲେ । ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ, ପ୍ରଫେସର ଡକ୍ଟର ଜୟରାମ ବିଷୋୟୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପିକା ଅନିତା ଦେବୀ ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ସହ ଦ୍ଵିତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ପରିଚୟ ସହ ଭାବର ଆଦାନ ପ୍ରଦାନ ହୋଇଥିଲା । ଅତିଥି ବୃନ୍ଦ ଶୃଙ୍ଖଳା ରକ୍ଷା କରି ଉତ୍ତମ ଭାବେ ଶିକ୍ଷା ଗ୍ରହଣ ପାଇଁ ପରାମର୍ଶ ଦେଇଥିଲେ। ଉଦ୍ଭିଦ ବିଜ୍ଞାନ ବିଭାଗ ପାଠଚକ୍ର ସମ୍ପାଦକ ଆଦର୍ଶ କୁମାର ପରିଡା , ସହସମ୍ପାଦକ ଦେବାଶିଷ ନାୟକଙ୍କ ସମେତ ଅମ୍ବିକା, ସାଇ, ପ୍ରିୟଙ୍କା, ରୂପେଶ, ମୋନାଲିସା, ମାମାଲି, ସୁନୀଲ ପ୍ରଭୃତି ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ