ଉଦ୍ଯାପିତ ହେଲା ବୃନ୍ଦାବନପୁର ବାବା ମଣି ରଜ ମହୋତ୍ସବ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବୃନ୍ଦାବନପୁରସ୍ଥିତ ବାବାମଣି ରଜ ମହୋତ୍ସବ କମିଟି ପକ୍ଷରୁ ୩ ଦିନ ଧରି ଅନୁଷ୍ଠିତ ରଜ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଉତ୍କଳ କେଶରୀ ବିଶ୍ୱାଳ, ସମ୍ମାନୀତ ଅତିଥି ଭାବେ ଆଇନଜୀବି ଅଣାକର ମଲ୍ଲିକ, ଶିକ୍ଷାବିତ୍ ନିରଞ୍ଜନ ଖିଲାର ଯୋଗ ଦେଇଥିଲେ । ୨ୟ ଦିବସରେ ମୁଖ୍ୟ ଅତିଥି ଭାବେ ଟ୍ରି ଫେମିଲିର ସଭାପତି ତଥା ଆଇନଜୀବି ସୁରେନ୍ଦ୍ର କର, ସମ୍ମାନୀତ ଅତିଥି ଭାବେ ଡାକ୍ତର ମୂରଲୀଧର ସୂତାର ଯୋଗ ଦେଇଥିଲେ । ଉଦ୍ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଶିକ୍ଷୟିତ୍ରୀ ତନୁଜାବାଳା ଜେନା, ସମ୍ମାନୀତ ଅତିଥି ଭାବେ ଶିକ୍ଷୟିତ୍ରୀ କଳ୍ପନା ଦାଶ ଯୋଗ ଦେଇଥିଲେ । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ କପ୍ ପ୍ରଦାନ କରାଯାଇଥିଲା । ୩ ଦିନ ବ୍ୟାପୀ ଉତ୍ସବ ପରିଚାଳନାରେ କମିଟିର ସଭାପତି ବଳରାମ ବେହେରା, ସମ୍ପାଦକ ଅଜୟ ବେହେରା, କାର୍ଯ୍ୟକାରୀ ସଭାପତି ଅରୁଣ ବେହେରା, ସହସମ୍ପାଦକ କିଶୋର ବାରିକ, ମହେଶ୍ୱର ବେହେରା, ସଦସ୍ୟ ଅଜୟ ପଲେଇ, ବଳରାମ ଦାଶ, ରାଜେଶ ପରିଡା, ରାଜେଶ ଜେନା, ବ୍ରହ୍ମାନନ୍ଦ ଜେନା, ରଶ୍ମି ରଞ୍ଜନ ବେହେରା, ଜିତୁ ରଞ୍ଜନ ଘିଆ, ଦେବାଶିଷ ମଲ୍ଲିକ, ଦୀପକ ପରିଡା ପ୍ରମୁଖ ସହଯୋଗ କରିଥିଲେ ।


