ଉଦ୍‌ଯାପିତ ହେଲା “ରୋଭର ରେଞ୍ଜର ଫେଷ୍ଟ”

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ ଦ୍ୱାରା ଗତ ୨୮ତାରିଖରୁ ଆରମ୍ଭ ହୋଇଥିବା “ରୋଭର ରେଞ୍ଜର ଫେଷ୍ଟ” ଆଜି ସଂଧ୍ୟାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ମାଧ୍ୟମରେ ଉଦ୍‌ଯାପିତ ହୋଇଅଛି । ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳି ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମେୟର, ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ଶ୍ରୀମତୀ ସୁଲୋଚନା ଦାସ, ଏସ୍‌.ଏନ୍‌.ଓ କମ୍ ଡେପୁଟି ସେକ୍ରେଟାରୀ, ରାଜ୍ୟସରକାର ଡଃ. ରମେଶ ଚନ୍ଦ୍ର ବେହେରା ଯୋଗଦେଇ କହିଥିଲେ ଯେ ଏହି ଶିବିର ପିଲାମାନଙ୍କର ବ୍ୟକ୍ତିତ୍ୱ ଏବଂ ପାଠପଢ଼ା ଉପରେ କିପରି ସୁପ୍ରବାହ ପକାଇଥାଏ, ତା’ର ବର୍ଣ୍ଣନା କରିଥିଲେ । ଏହି ଶିବିରରେ ଓଡ଼ିଶାର ୧୦ଟି ଜିଲ୍ଲାରୁ ୪୫୦ ରୁ ଊର୍ଦ୍ଧ୍ୱ ରୋଭର, ରେଞ୍ଜର, ରୋଭର ସ୍କାଉଟ ଲିଡର, ରେଞ୍ଜର ଲିଡର ଯୋଗ ଦେଇ ଫେଷ୍ଟର ବିଭିନ୍ନ ଦିବସରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ଯଥା ଫୁଡ୍ ଫେଷ୍ଟ, ଶାରୀରିକ କ୍ରୀଡ଼ା କୌଶଳ, ଫେଷ୍ଟିଭାଲ ଅଫ ଷ୍ଟେଟ୍‌, ଡ୍ୟାନ୍ସିଙ୍ଗ୍ ଗାଲା, ର‌୍ୟାମ୍ପ ୱାକ୍‌, ଯୋଗାସନ, ବିପି କ୍ରୀଡ଼ା କୌଶଳ ପ୍ରଭୃତି ପ୍ରତିଯୋଗିତାରେ ଭାଗ ନେଇଥିଲେ । ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ପ୍ରଦର୍ଶନ ସହିତ ସେମାନଙ୍କର ପୂର୍ଣ୍ଣାଙ୍ଗ ବିକାଶ ନିମନ୍ତେ ଶିବିର ବିଭିନ୍ନ ଦିବସରେ ଅନ୍ୟାନ୍ୟ ଅତିଥିମାନେ ଯୋଗ ଦେଇ ପିଲାମାନଙ୍କୁ ବନ୍ୟା, ବାତ୍ୟା ଆଦି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି କାର୍ଯ୍ୟ କରିବେ ସେ ବିଷୟରେ ଓସଡମାର ଅଧିକାରୀମାନେ ତାଲିମ ପ୍ରଦାନ କରିଥିଲେ ।ରାଜ୍ୟ ସଂଗଠନ କମିଶନର (ଗାଇଡ୍‌) ଏବଂ ଆଡିମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀମତୀ ଅନାମିକା ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାଜ୍ୟ ସଂପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକାର୍ଯ୍ୟ ଶେଷରେ ଫେଷ୍ଟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ହାସଲ କରିଥିବା ଜିଲ୍ଲା ଏବଂ ରୋଭର, ରେଞ୍ଜରମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ଫଳକ ପୁରସ୍କୃତ କରାଯାଇଥିଲା । ଏହି ଶିବିର ସଫଳ ଭାବରେ ଅନୁଷ୍ଠିତ ହୋଇଥିବାରୁ ସମସ୍ତ ରୋଭର ରେଞ୍ଜରମାନଙ୍କୁ ମାନ୍ୟବର ଖାଦ୍ୟଯୋଗାଣ ଓ ସମବାୟ, ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ