ଉଦ୍ୟମ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ଉଦ୍ୟମ ସ୍ୱେଛାସେବୀ ସଂଗଠନ ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସଂଗଠନର ସଭାପତି ବିଶ୍ୱକାନ୍ତ ବିଶ୍ୱାଳଙ୍କ ଅଧ୍ୟକ୍ଷତା ଓ ଏଜୁକେଶନ ପଏଣ୍ଟର ପ୍ରତିଷ୍ଠାତା ଆମ୍ରିନ ସାହେଦତଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ତାରିଣୀ ପାଟ୍ଟଯୋଶୀ ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଗିରିଜାକାନ୍ତ ଦାସ ଓ ଶିବ ଚରଣ ସାମଲ ପ୍ରମୁଖ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନଦର୍ଶ ଉପରେ ଆଲୋକପାତ କରିବା ସହ ଯୁବ ସମାଜ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ଆଚାର୍ଯ୍ୟ, କୃପାସିନ୍ଧୁ ମଲିକ, ରାଜେନ୍ଦ୍ର ମହାପାତ୍ର, ବିଜୟ ବେହେରା, ବିଭୁଦତ ମଲିକ, ବିଭୁତି ସାହୁ, ବିକାଶ ସାହୁ, ରଜନୀକାନ୍ତ ଦାସ, ସରୋଜକାନ୍ତ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ