ଉଦ୍ୟମ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଉଦ୍ୟମ ସ୍ୱେଛାସେବୀ ଅନୁଷ୍ଠାନ ଆନୁକୁଲ୍ୟରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁର ଗ୍ରାମର ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଆଶ୍ରମ ପରିସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବାବାଜୀ ଚେତନାନନ୍ଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । କପାଳେଶ୍ୱର ପଂଚାୟତର ସରପଂଚ ଗାୟତ୍ରୀ ମହାନ୍ତି ଏହି ଶିବିରରେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରର କର୍ମଚାରୀମାନଙ୍କ ସହଯୋଗରେ ଏହି ଶିବିରରେ ୩୮ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଉଦ୍ୟମ ସ୍ୱେଛାସେବୀ ଅନୁଷ୍ଠାନର ସଭାପତି ବିଶ୍ୱକାନ୍ତ ବିଶ୍ୱାଳ, ସମ୍ପାଦକ ପ୍ରଶାନ୍ତ ଆଚାର୍ଯ୍ୟ, ରାଜେନ୍ଦ୍ର ମହାପାତ୍ର, ବିଭୁଦତ୍ତ ମଲ୍ଲିକ, ବାପି ମଲ୍ଲିକ, ପ୍ରଜେଶ ନାୟକ, ମୁନା ସାହୁ, କୃଷ୍ଣ ନାୟକ, ସେକ ବବଲୁ, ପ୍ରଶାନ୍ତ ବେହେରା, ସରୋଜକାନ୍ତ ସାହୁ, ସନ୍ତୋଷ ମହାପାତ୍ର ଓ ଆକାଶ ବିଶ୍ୱାଳ ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ