ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ସରସଦା ଅଗରବତୀ କ୍ଲଷ୍ଟର ଠାରେ ଜିଲ୍ଲା ଶିଳ୍ପକେନ୍ଦ୍ର ଓ ଓଡିଶା ପ୍ରୋଜେକ୍ଟ ତଥା ମାର୍କେଟିଂ ଡେଭଲପମେଣ୍ଟ ସେଣ୍ଟର ପକ୍ଷରୁ ଏକ ୧୨ଦିନିଆ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଇଂପିତାମ୍ବର ପରିଡା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଗ୍ରାମାଞ୍ଚଳ ମହିଳାଙ୍କ ସ୍ୱାବଲମ୍ବୀ ପାଇଁ ସରକାରଙ୍କ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଓଏସମି ସମ୍ପାଦକ ସୁଶାନ୍ତ କୁମାର ନାୟକ, ଶିଳ୍ପ ବିକାଶ ଅଧିକାରୀ ଶଶିସେଖର ବେହେରା, ଓପିଏମଡିସି ନିର୍ଦ୍ଦେଶକ ରବିନ୍ଦ୍ର ସାହୁ, ବନ୍ଧୁ ସ୍ୱେଚ୍ଛାସେବୀ ସଂଗଠର ସମ୍ପାଦକ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ମହିଳା ଶିଳ୍ପଦ୍ୟୋଗୀ ସୃଷ୍ଟି ପାଇଁ ଉଦ୍ୟୋଗୀ ବିକାଶ ପ୍ରଶିକ୍ଷଣ ଜରୁରୀ ବୋଲି କହିଥିଲେ । ପ୍ରଥମ ଦିନରେ ପ୍ରାୟ ୫୦ଜଣ ମହିଳା ଏଥିରେ ଯୋଗଦେଇଥିବାବେଳେ ତନ୍ମଧ୍ୟରୁ ୩୦ଜଣଙ୍କୁ ମନୋନୀତ କରାଯାଇ ପ୍ରଶିକ୍ଷଣ ଦିଆଯାଇଥିଲା । କାର୍ଯ୍ୟକ୍ରମକୁ ବନ୍ଧୁ ଅନୁଷ୍ଠାନର ସଦସ୍ୟା ଅପରାଜିତା ସାମଲ, ସରିତା ରାଉତ, ସ୍ମାରକୀ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।


