ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଉଦଯାପିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ସରସଦା ସ୍ଥିତ ଭଣ୍ଡାରିପୋଖରୀ ଅଗରବତୀ କ୍ଲଷ୍ଟର ଠାରେ ୧୨ଦିନ ଧରି ଚାଲିଥିବା ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। ଜିଲ୍ଲା ଶିଳ୍ପ ବିକାଶ ଅଧିକାରୀ ଶଶୀଶେଖର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଇଂ ପିତାମ୍ବର ପରିଡା, ନିମନ୍ତ୍ରିତ ଅତିଥି ଭାବେ କାର୍ଯ୍ୟକ୍ରମର ଆୟୋଜକ ଓପିଏମଡ଼ିସି ନିର୍ଦେଶକ ରବିନ୍ଦ୍ର ସାହୁ ଯୋଗଦେଇ ଉଦ୍ୟୋଗ ବିକାଶ ଆଭିମୁଖ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଶେଷ କରି ଗ୍ରାମାଞ୍ଚଳ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ବିଭିନ୍ନ ସମୟରେ ଆୟୋଜନ ହେଉଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ। ଆଖପାଖ ଅଞ୍ଚଳର ଉଭୟ ମହିଳା, ପୁରୁଷ ଓ ଏସଏଚଜି ସଦସ୍ୟା ମାନେ ଉପସ୍ଥିତ ରହି ୧୨ଦିନ ଧରି ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ବନ୍ଧୁ ସ୍ବେଚ୍ଛାସେବୀ ସଂଗଠନର ସମ୍ପାଦକ ରମେଶ ଚନ୍ଦ୍ର ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିବାବେଳେ କାର୍ଯ୍ୟକ୍ରମକୁ ଅପରାଜିତା ସାମଲ, ସରିତା ରାଉତ, ସ୍ମାରକୀ ମହାନ୍ତି, ମନସ୍ମିତା ଦାସ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ