ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଅଗରବତୀ କ୍ଲଷ୍ଟର ସରସଦା କାର୍ଯ୍ୟାଳୟ ଠାରେ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ବନ୍ଧୁ ଏନଜିଓ ସଂପାଦକ ରମେଶ ନାୟକଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମକୁ ଜିଲ୍ଲା ଶିଳ୍ପ କେନ୍ଦ୍ର ଅଧିକାରୀ ଇଂ ପିତାମ୍ବର ପରିଡ଼ା ଉଦଘାଟନ କରିଥିଲେ। ବ୍ଲକ ଶିଳ୍ପ ବିକାଶ ଅଧିକାରୀ ଶଶିଶେଖର ବେହେରା ଏଥିରେ ଯୋଗଦେଇ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ସ୍ଥାନୀୟ ସରସଦା,ରହଣିଆ, ତୁଳସୀପୁର,ମାଳଦା,ହାଜିପୁର,କୋରିଗା, ପ୍ରମୁଖ ଗ୍ରାମର ଇଛୁକ ମହିଳା ଓ ପୁରୁଷ ଉଦ୍ୟୋଗୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଅପରାଜିତା ସାମଲ, ମାମିନା ଦାସ,ସ୍ଵପ୍ନାରାଣୀ ନାୟକ ପ୍ରମୁଖ ପରିଚାଳନା କରିଥିଲେ।


