ଉଦ୍‌ଘାଟିତ ହେଲା ସ୍କାଉଟ ଗାଇଡ୍ ଫ୍ୟୁଜନ

ଭୁବନେଶ୍ୱର : ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ ରାଜ୍ୟ ମୁଖ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା “ସ୍କାଉଟ ଗାଇଡ୍ ଫ୍ୟୁଜନ” ତା୦୪ା୦୩ା୨୦୨୦ରିଖ ଦିନ ଉଦ୍‌ଘାଟିତ ହୋଇଅଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ୫୦୦ରୁ ଊର୍ଦ୍ଧ୍ୱ ସ୍କାଉଟ ଓ ଗାଇଡ୍ ଉକ୍ତ “ଫ୍ୟୁଜନ” ଶିବିରରେ ଯୋଗଦାନ କରିଛନ୍ତି । ଅପରାହ୍ନ ୪.୩୦ ମିନିଟ୍ ସମୟରେ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳି ପ୍ରସାଦ ମିଶ୍ରଙ୍କ ପୌରହିତ୍ୟରେ ରାଜ୍ୟ ସଭାପତି ବିଷ୍ଣୁଚରଣ ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉକ୍ତ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥିଭାବେ ରାଜ୍ୟ ସମ୍ପାଦକ ରାମମୂର୍ତ୍ତି ଦୋରା ଏବଂ ରାଜ୍ୟ କୋଷାଧ୍ୟକ୍ଷ ଶରତ କୁମାର ପାଇକରାୟଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଡଃ ମିଶ୍ର ସ୍କାଉଟ ଓ ଗାଇଡ୍‌ମାନଙ୍କୁ ଉଦ୍‌ବୋଧନ ଦେବାକୁ ଯାଇ ଶିବିରର ଉଦ୍ଦେଶ୍ୟ ତଥା ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ବାଖ୍ୟା କରିବା ସହିତ ସ୍କାଉଟ ଓ ଗାଇଡ୍ ଆଦର୍ଶରେ ଅନୁପ୍ରାଣିତ ପ୍ରତ୍ୟେକ ନିଜକୁ ଜଣେ ଦେଶଭକ୍ତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟ ଗାଇଡ୍ ସଂଗଠନ କମିଶନର ଅନାମିକା ଦାସ ୫ ଦିନ ଧରି ଏହି ଶିବିରରେ ସ୍କାଉଟ ଓ ଗାଇଡ୍‌ମାନଙ୍କ ଦ୍ୱାରା ଭିନ୍ନ ଭିନ୍ନ କାର୍ଯ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ । ରାଜ୍ୟ ସମ୍ପାଦକ ରାମମୂର୍ତ୍ତି ଦୋରା ଏବଂ କୋଷାଧ୍ୟକ୍ଷ ପାଇକରାୟ ମଧ୍ୟ ଶିବିର ସମ୍ବନ୍ଧରେ ସ୍କାଉଟ ଓ ଗାଇଡ୍‌ମାନଙ୍କୁ ଅନୁରୂପ ଉପଦେଶ ପ୍ରଦାନ କରିଥିଲେ । ସ୍କାଉଟ ଓ ଗାଇଡ୍‌ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ରାଜ୍ୟ ସ୍କାଉଟ ସଂଗଠନ କମିଶନର ପ୍ରାଣକୃଷ୍ଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ