ଉଦ୍‌ଯାପିତ ହେଲା ସ୍କାଉଟ ଗାଇଡ୍ ଫ୍ୟୁଜନ

ଭୁବନେଶ୍ୱର : ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଦ୍ୱାରା ତା୪ା୩ା୨୦୨୦ରିଖ ଠାରୁ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସ୍କାଉଟ ଗାଇଡ୍ ଫ୍ୟୁଜନ ଆଜି ଉଦ୍‌ଯାପିତ ହୋଇଯାଇଛି । ସକାଳୁ ସମସ୍ତ ଶିବିରାର୍ଥୀ ଆନୁସଙ୍ଗିକ କାର୍ଯ୍ୟକ୍ରମ ପରେ ସ୍କାଉଟ ଓ ଗାଇଡ୍‌ମାନଙ୍କ ମଧ୍ୟରେ କଲରପାର୍ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ତା’ପରେ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଏ.ବି.ସି., ଏମ୍‌.ଓ.ପି. ଏବଂ ଏସ୍‌.ଡି.ଜି. ଆଦି ଉପରେ ସ୍କାଉଟ ଓ ଗାଇଡ୍‌ମାନଙ୍କୁ ଅବଗତ କରାଯାଇଥିଲା । ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବା, ଇଣ୍ଟରନେଟ୍ ମାଧ୍ୟମରେ କାର୍ଯ୍ୟକ୍ରମ, ଜଳବାୟୁ ପରିବର୍ତ୍ତନରେ ଶାନ୍ତିର ବାର୍ତ୍ତା, ଆଦି ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସ୍କାଉଟ ଗାଇଡ୍‌ମାନେ ସଫଳତାର ସହ ପ୍ରାୟୋଜିତ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ । ଅପରାହ୍ନ ୪.୩୦ରେ ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ମାନ୍ୟବର ବିଧାୟକ ତଥା ରାଜ୍ୟ ସଭାପତି ବିଷ୍ଣୁଚରଣ ଦାସ, ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ମାନ୍ୟବର ବିଧାୟକ ତଥା ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଉକ୍ତ ଉତ୍ସବରେ ଯୋଗଦାନ କରିଥିଲେ । ସ୍କାଉଟ ଗାଇଡ୍‌ମାନେ ସେମାନଙ୍କର ପାରମ୍ପରିକ କଲରପାର୍ଟି ଦ୍ୱାରା ଅତିଥିମାନଙ୍କୁ ମଞ୍ଚ ଉପରକୁ ସ୍ୱାଗତ କରିଥିଲେ । ପୁଷ୍ପଗୁଛ ଦ୍ୱାରା ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ପରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାରମ୍ଭରେ ରାଜ୍ୟ ଗାଇଡ୍ ସଂଗଠନ କମିଶନର ଶ୍ରୀମତୀ ଅନାମିକା ଦାସ ତାଙ୍କ ସ୍ୱାଗତ ଭାଷଣରେ ଉକ୍ତ ଶିବିର ଆୟୋଜନର ତାତ୍ପର୍ଯ୍ୟ ବିଷୟରେ ଅତିଥିମାନଙ୍କୁ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାସ ସ୍କାଉଟ ଓ ଗାଇଡ୍ ସଂଗଠନର ଅତୀତ ଦିନର କାର୍ଯ୍ୟକ୍ରମର ସ୍ମୃତିଚାରଣ କରିବା ସହିତ ଆଗକୁ ଛାତ୍ରଛାତ୍ରୀମାନଙ୍କ ସୁଦୂର ଭବିଷ୍ୟତକୁ ଆଖିରେ ରଖି ଏଭଳି ଏକ ଆୟୋଜନ କରିଥିବାରୁ ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ରଙ୍କ ଆଭିମୁଖ୍ୟ ଖୁବ୍ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ନାୟକ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇ ଶିବିରର ସଫଳତା କାମନା କରିଥିଲେ । ମୁଖ୍ୟ କମିଶନର ଡଃ ମିଶ୍ର ତାଙ୍କ ଅଭିଭାଷଣରେ ରାଜ୍ୟ ସଂଗଠନ ଦ୍ୱାରା ଭବିଷ୍ୟତରେ ବହୁ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଅଧିକ କ୍ରିୟାଭିମୁଖୀ କରିବାକୁ ପଦକ୍ଷେପ ନିଆଯିବା ବିଷୟରେ ସୂଚନା ପ୍ରଦାନ କରିଥିଲେ । ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ରାମମୂର୍ତ୍ତି ଦୋରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଉକ୍ତ ଶିବିର ପରିଚାଳିତ ହୋଇଥିଲା । ସଭାକାର୍ଯ୍ୟ ଶେଷରେ ଶିବିରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ହାସଲ କରିଥିବା ବିଦ୍ୟାଳୟ ଏବଂ ସ୍କାଉଟ ଗାଇଡ୍‌ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ