ଉଦୟନାଥ ମନ୍ଦିର ରୁ ଲୁଟ
ଶେରଗଡ, (ଅନୀଲ କୁମାର ପଣ୍ଡା):ଶେରଗଡ ଥାନା ଅନ୍ତର୍ଗତ କରଡାକଣା ଗ୍ରାମର ବାବା ଉଦୟନାଥ ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେବା ସହ ମନ୍ଦିର ଭିତରେ ପୂଜା ପାଉଥିବା ରୂପାର ନାଗ ଲୁଟି ନେଈଛନ୍ତି ଲୁଟେରା। ଗତ କିଛି ଦିନ ତଳେ ଧବଳପୁର ହନୁମାନ ମନ୍ଦିର ରୁ ଲୁଟି ନେଈଥିଲେ ଦୁର୍ବୃତ୍ତ। ଏହା ପୂର୍ବରୁ ୬ ମାସ ତଳେ ଉଦୟନାଥ ମନ୍ଦିର ର ହୁଣ୍ଡି ଭାଙ୍ଗି ଲୁଟି ନେବାରେ ବିଫଳ ହୋଈଥିଲେ ଏବଂ ମାସକ ତଳେ ମନ୍ଦିର ପରିସରରେ ଥିବା ସୋଲାର ପ୍ଲେଟକୁ ଚୋରି କରି ନେଈଯାଈଥିଲେ। ତେବେ ଉଦୟନାଥ ମନ୍ଦିର ରୁ ନୂତନ ବର୍ଷ ବିଳମ୍ବିତ ରାତିରେ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେବା ସହ ମନ୍ଦିରରେ ପୂଜା ପାଉଥିବା ରୂପା ର ନାଗ ମୂର୍ତ୍ତିକୁ ନେଇ ଯାଈଛନ୍ତି। ଗୁରୁବାର ସକାଳେ ପୂଜକ ସନ୍ତୋଷ ମୁନି ମନ୍ଦିର କୁ ଖୋଲିବା ଲାଗି ଆସିବା ବେଳେ ହୁଣ୍ଡି ଭଙ୍ଗା ଯାଈଥିବା ଦେଖିବାକୁ ପାଈଥିଲେ। ତୁରନ୍ତ ଏହି ଘଟଣା ସମ୍ପର୍କରେ ମନ୍ଦିର ପୂଜକ ସ୍ଥାନୀୟ କମିଟି ଙ୍କୁ ଜଣାଈଥିଲେ। ମନ୍ଦିର କମିଟି ସଦସ୍ୟ ପହଞ୍ଚି ଅନୁଧ୍ୟାନ କରିବା ସହ ଶେରଗଡ ଥାନା ରେ ଏତଲା ଦେଈଥିଲେ। ମନ୍ଦିର ହୁଣ୍ଡିରେ ପ୍ରାୟ ୫ ରୁ ୭ ହଜାର ଟଙ୍କା ଓ କିଛି ଅଳଙ୍କାର ଥିବା ଅନୁମାନ କରାଯାଉଛି। ଶେରଗଡ ଥାନା ଅଧିକାରୀ ବରେନ୍ଦ୍ର ସିଅଳ ୦୨/୨୦୨୫ ରେ ମାମଲା ରୁଜୁ କରିବା ସହ ସଦଳବଳେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଏବଂ ସାଈଣ୍ଟିଫିକ ଟିମକୁ ଖବର ଦେଈଛନ୍ତି। ସାଈଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କଲେ ସତ୍ୟାସତ୍ୟ ଜଣାପଡିବ ବୋଲି ଥାନାଧିକାରୀ ପ୍ରକାଶ କରିଛନ୍ତି।