ଉଧାର ଟଙ୍କା ମାଗିବାରୁ ହତ୍ୟା ଧମକ, ଥାନାରେ ମାମଲା
ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ବନ୍ତ ଥାନା ଅଧିନ ବାଇପୁର ଗ୍ରାମର ହରେକୃଷ୍ଣ ସେନାପତି ତାଙ୍କ ଭଣଜା ଦୁହେଁ ମିଶି ଠିକାରେ ଇକେଲଟ୍ରିକ୍ କାମ କରୁଥିଲେ । ହରେକୃଷ୍ଣ ତାଙ୍କ ଭଣଜା ପାର୍ଟନର କାମ କରିବା ସହ ହରେକୃଷ୍ଣ ସମସ୍ତ କାର୍ଯ୍ୟ ତଦାରଖ କରୁଥିଲେ । ତାଙ୍କ ଭଣଜା କର୍ମଚାରୀଙ୍କୁ ଦରମା ଦେବା ସମେତ ଟ୍ରାକ୍ଟର ଜିନିଷପତ୍ର କିଣିବା ପାଇଁ ତାଙ୍କ ମାମୁଁ ହରେକୃଷ୍ଣଙ୍କ ପାଖରୁ ଚୁକ୍ତି ଅନୁଯାୟୀ ୯ ଲକ୍ଷ ୯୦ ହଜାର ଟଙ୍କା ଧାର ସୂତ୍ରରେ ନେଇଥିଲେ । ମାମୁଁ ଟଙ୍କା ମାଗିବାରୁ ଟଙ୍କା ନଫେରାଇ ପାର୍ଟନର କାମରୁ ବିବା କରିଦେଇଥିଲେ । ଏଥିନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ବାରମ୍ବାର ହରେକୃଷ୍ଣ ତାଙ୍କ ଭଣଜାଙ୍କୁ ଟଙ୍କା ମାଗିବାରୁ ଭଣଜା ମାମୁଁ ହରେକୃଷ୍ଣଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏନେଇ ହରେକୃଷ୍ଣ ବନ୍ତ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେସ ନଂ-୧୫୫/୧୯ ମାମଲା ରୁଜ୍ଜୁ କରିଛି ।