ଉନ୍ନତି ମୁଳକ କାର୍ଯ୍ୟର ସମୀକ୍ଷା କଲେ ବିଧାନସଭାର ଗୃହ କମିଟି
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ବିଧାନସଭାର ମହିଳା ଓ ଶିଶୁ ବିକାଶ ଗୃହ କମିଟିର ଉଷାଦେବୀଙ୍କ ନେତୃତ୍ୱରେ ଏହି କମିଟି ଖଲ୍ଲିକୋଟ,ବେଗୁନିଆପଡା,ସାନଖେମୁଣ୍ଡି ଛତୁଆ ୟୁନିଟ୍ କେନ୍ଦ୍ରରେ ପହଞ୍ଚି ଛତୁଆର ମାନ ଯାଞ୍ଚ କରିବା ସହ ପିଲା ମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଲଡୁ ମଧ୍ୟ ଖାଇଥିଲେ ।ଏହା ପରେ ବ୍ରହ୍ମପୁର ବାଳାଶ୍ରମରେ ପହଞ୍ଚି ତଦାରଖ କରିଥିଲେ ।ଏହି କମିଟିରେ ବିଧାୟିକା ସୀମାରାଣୀ ନାୟକ,ସାବିତ୍ରୀ ଅଗ୍ରୱାଲ, ବାସିନ୍ଦା ହେମ୍ବ୍ରମ୍ ,ଲତିକା ପ୍ରଧାନ, ସନନ୍ଦା ଦାସ,ମଞ୍ଜୁଳା ସ୍ୱାଇଁ,ମିନାକ୍ଷୀ ମହନ୍ତ ,ସୂର୍ଯ୍ୟମଣୀ ବୈଦ୍ୟ,କୁସୁମ ଟେଟେ ପ୍ରମୁ୍ଖ ଏହି ଗ୍ରସ୍ତରେ ସାମିଲ ଥିଲେ ।


