ଉନ୍ନତି ମୂଳକ କାର୍ଯ୍ୟକୁ ନେଇ ମିଥ୍ୟା ଆରୋପ ଓ ଲୋକପ୍ରତିନିଧିଙ୍କୁ ଭୟଭୀତ କରିବା ପାଇଁ ପ୍ରୟାସ

ବୁଗୁଡା, (ଅନିଲ କୁମାରମହାରଣା):ବୁଗୁଡା ବ୍ଲକର ଅରଖପୁର ଗ୍ରାମର ଷଣ୍ଢ ଚୁଳିଆ ପାହାଡ଼ ପାଦଦେଶରେ ମୃତ୍ତିକା ଓ ଜଳ ସଂରକ୍ଷଣ ପାଇଁ କାମ ହୋଇଥିବା ବେଳ ବିଜେପି ଦଳ ମିଥ୍ୟା ଆରୋପ ଆଣିଥିବା ନେଇ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ ପ୍ରକାଶ କରିଛନ୍ତି। ଷଣ୍ଢ ଚୁଳିଆ ପାହାଡ଼ର ନିମ୍ନ ଭାଗରେ ମୃତ୍ତିକା ଓ ଜଳ ସଂରକ୍ଷଣ ପାଇଁ ନିୟମ ଅନୁଯାୟୀ କାମ ହୋଇଥିଲେ ମଧ୍ୟ ସେହି ସ୍ଥାନକୁ ନଯାଇ ଯେଉଁଠି ଫଳକ ଲେଖାଯାଇଛି ତାହାର ଫୋଟୋ ଉଠାଇ କାର୍ଯ୍ୟ ହୋଇନାହିଁ ଦର୍ଶାଇ ପ୍ରକାଶ କରିଥିବା ବେଳେ ବୁଗୁଡାର କେତକ ଖବର କାଗଜ ପ୍ରତିନିଧି ବିଡ଼ିଓ କିମ୍ବା ଅରଖପୁର ପଞ୍ଚାୟତ ଲୋକ ପ୍ରତିନିଧିଙ୍କ ମତାମତ ନନେଇ ବିଜେପି ନେତାଙ୍କୁ ସୁହାଇଲା ଭଳି ମିଥ୍ୟା ଖବର ପ୍ରକାଶ କରିଛନ୍ତି। ବର୍ତ୍ତମାନ ମଧ୍ୟ ଆସି ପରିଦର୍ଶନ କଲେ ସେଠାରେ ହୋଇଥିବା କାର୍ଯ୍ୟ ଦେଖିପାରିବେ। ସେହିପରି ବୁଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ବୃନ୍ଦ ସାମ୍ବାଦିକ ସମ୍ମିଳନୀ କରି ବିଜେପିର ଆରୋପକୁ ଖଣ୍ଡନ କରି ପୂର୍ବତନ ବ୍ଲକ ଅଧ୍ୟକ୍ଷ, ପୂର୍ବତନ ଗୋଳାବନ୍ଧ ସରପଞ୍ଚ ଓ ଜଣେ ସାମ୍ବାଦିକ ତଥା ଘରୋଇ ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କ ବିରୁଦ୍ଧରେ କେତେକ ଦୁର୍ନୀତି ଅଭିଯୋଗ ଆଣିଥିଲୁ। ସେହି ସାମ୍ବାଦିକ ବନ୍ଧୁ ଜଣକ ଏକ ସାମ୍ବାଦିକ ସଙ୍ଘର ଜିଲ୍ଲା ସଭାପତି ଥିବାବେଳେ ଲୋକପ୍ରତିନିଧି ମାନଙ୍କୁ ଭୟଭୀତ କରିବାକୁ ପ୍ରୟାସ କରିଛନ୍ତି। ସେହି ସାମ୍ବାଦିକ ଜଣକ ସଂଗଠନର ଜିଲ୍ଲା ସଭାପତି ଥିବାବେଳେ କୌଣସି ବୈଠକ ଅନୁଷ୍ଠିତ ହୋଇନଥିବା ବେଳେ ନିଜେ ଚଳାଉ ଥିବା ଏକ ୱେବ ଚ୍ୟାନେଲ ସହ ଅନ୍ୟ ଏକ ୱେବ ଚ୍ୟାନେଲ ଓ ଏକ ଖବର କାଗଜରେ ତାଙ୍କ ନାମରେ ଅଣାଯାଇଥିବା ଅଭିଯୋଗ ଭିତ୍ତିହୀନ ଓ ଗଣତନ୍ତ୍ରର କଣ୍ଠରୋଧ ପାଇଁ ଉଦ୍ଦିଷ୍ଟ କହି ଲୋକପ୍ରତିନିଧି ମାନଙ୍କୁ ଭୟଭୀତ କରିବାକୁ ଉଦ୍ୟମ କରିଥିବା ନେଇ ଉପାଧ୍ୟକ୍ଷ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି। ସାମ୍ବାଦିକ ମାନଙ୍କ ବୈଠକ ନହୋଇ ବୈଠକ ହୋଇଥିଲା ବୋଲି ଦର୍ଶାଇ ମିଥ୍ୟା ଖବର ପ୍ରକାଶ କରି ଯେଉଁ ସାମ୍ବାଦିକ ଲୋକପ୍ରତିନିଧି ମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରିଥିଲେ। ଏଥିସହ ସେ ପ୍ରକାଶ କରିଥିଲେ ଯେ ସେହି ଘରୋଇ ଶିକ୍ଷାନୁଷ୍ଠାନର ଆଉଜଣେ ମୁଖ୍ୟ ତଥା ସାମ୍ବାଦିକ ଅତୀତରେ ଶିକ୍ଷକତା କରୁଥିବା ବେଳେ ଜଣେ ଛାତ୍ରୀଙ୍କ ପ୍ରତି ଅସଦବ୍ୟବହାର କରି ସସପେଣ୍ଡ ହୋଇଥିବା ବେଳେ ସେତେବେଳେ ଏହି ଦୁଇ ସାମ୍ବାଦିକ ମିଶି ଚପାଇ ଦେବାରେ ସଫଳ ହୋଇଥିଲେ। ତାହାର କିଛିତଥ୍ୟ ହସ୍ତଗତ ହୋଇଥିବା ବେଳେ ସମସ୍ତ ତଥ୍ୟ ସଂଗ୍ରହ ପରେ ଆମେ ଅଦାଲତର ଆଶ୍ରୟ ନେଇ ସେହି ସାମ୍ବାଦିକଙ୍କ ବିରୁଦ୍ଧରେ ମଧ୍ୟ ମକଦ୍ଦମା ରୁଜୁ କରିବାକୁ ସ୍ଥିର କରିଛୁ। ବିରୋଧୀମାନେ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ବାବୁଙ୍କ ସ୍ୱଚ୍ଛ ଶାସନ ଓ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଲୋକପ୍ରିୟତାରେ ଇର୍ଷାପରାୟଣ ହୋଇ ଏହିପରି ମିଥ୍ୟା ଆରୋପ ସହ ମିଥ୍ଯା ଖବର ପ୍ରକାଶ କରୁଛନ୍ତି ବୋଲି ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ