ଉନ୍ନତ ମାନର ଧାନ ଯୋଗଣ   ସଚେତନା ଶିବିର

ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ଚିକିଟୀ  ବ୍ଲକ ସମ୍ମିଳନୀ କକ୍ଷରେ ଆଜି ଧାନ କିଣା ଉପରେ ସଚେତନା ଶିବିର ଅନୁଷ୍ଠିତ ଥିଲା l ତହସିଲଦାର ବିଶ୍ୱରଂଜନ କଁହର ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଶିବିର ରେ ବିଡ଼ିଓ ଲକ୍ଷ୍ମଣ ସୋରେନ ଅତିରିକ୍ତ ତହସିଲଦାର ଶାଶ୍ଵତୀ  ଷଡ଼ଙ୍ଗୀ, ବ୍ଲକ କୃଷି ସମ୍ପ୍ରସାରଣ ଅଧିକାରୀ ପ୍ରକାଶ ବେହେରା,ଆର.ଏମ.ସି ଦିଗପହଣ୍ଡି ର ଅରୁଣ ମିଶ୍ର, ଭାର ପ୍ରାପ୍ତ ଯୋଗାଣ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଚାଷୀ ନିଜର ଉତ୍ପାଦିତ ଧାନକୁ ମଣ୍ଡିରେ ଦେବା ପୂର୍ବରୁ ଧାନର ମାନ  ଉପରେ ଗୁରୁତ୍ୱ ଦେବା, ସେଥିପ୍ରତି କି ପ୍ରକାର ପଦକ୍ଷେପ ନେବାକୁ ହେବ   ଓ  ନିଜର ଉତ୍ପାଦିତ ସମରଙ୍ଗି,ସମାକାର ଧାନକୁ   ମଣ୍ଡିରେ ପହଞ୍ଚlଇ ପାରିବେ ସେ ସମ୍ପର୍କରେ ଆଲୋଚନା ହୋଇ ଥିଲା  l ଚାଷୀର ଙ୍କ ଉତ୍ପାଦିତ ସମସ୍ତ ଧାନ  ସରକାର ମଣ୍ଡି ମାଧ୍ୟମରେ ନିଶ୍ଚିତ ଭାବରେ କିଣାଜିବା ଚାଷୀ ଧାନ ଦେଲା ବେଳେ ବିଭିନ୍ନ କିସମର ଧାନ ଅଲଗା ଅଲଗା ଭାବରେ ଦେବାକୁ ମଧ୍ୟ ଅନୁରୋଧ କରାଯଇଥିଲା l ଧାନର ନିର୍ଦ୍ଧାରିତ ମୂଲ୍ୟ ପରଖିବା ସକାଶେ ପ୍ରତି  ମଣ୍ଡିରେ ଜଣେ ଜଣେ କ୍ରୟ  ଅଧିକାରୀ କାର୍ଯ୍ୟ କରିବେ, ଉକ୍ତ କାମ ଠିକ ଭାବରେ ଚାଲିଛି କି ନାହିଁ ତଦାରଖ କରିବା ସକାଶେ ବ୍ଲକ ନୋଡାଲ ଅଧିକାରୀ ରୂପେ ସ୍ଥାନୀୟ ତହସିଲଦାରଙ୍କୁ ଦାଇତ୍ୱ ପ୍ରଦାନ କରାଯଇଛି  l ମୋଟା ମୋଟୀ ଭାବରେ ଏହି ବର୍ଷ ସରକାର ଠିକ ଧାନ ଚାଷୀଙ୍କ ଠାରୁ କିଣି ଠିକ ମୂଲ୍ୟ ପ୍ରଦାନ କରିବା ସକାଶେ ବିଭିନ୍ନ ପଦ୍ଧତି ଅବଲମ୍ବନ କରିଥିବା ମଧ୍ୟ ପ୍ରକାଶ ପାଉଛି l ସମସ୍ତ ମଣ୍ଡି ରେ କିଭଳି ସ୍ଵଚ୍ଚ କାରବାର ହେବ ସେଥିପାଇଁ ସମସ୍ତେ ସଚେତନା ହେବା ଦରକାର ବୋଲି ମଧ୍ୟ ପ୍ରକାଶ ପାଇଛି l ଏହି କାର୍ଯ୍ୟକ୍ରମ ରେ ସମସ୍ତ ମିଲ ମାଲିକ ସମବାୟ ସମ୍ପାଦକ, ରାଜସ୍ବ ନିରୀକ୍ଷକ ଅଧିକାରୀ, ଆଉ ବ୍ଲକର ଜନ ପ୍ରତିନିଧି ଯୋଗ ଦାନ କରିଥିଲେ l ଚାଷୀଙ୍କ କିଭଳି ଭାବରେ ଟୋକେନ ସମୟ ସୀମା ଭିତରେ ପାଇପାରିବ  ଏଥିପାଇଁ  ଚାଷୀକୁ  ସମସ୍ତ ସମ୍ପାଦକ,ଓ ନୋଡାଲ ଅଫିସର,ଓ ମିଲର  ସହଯୋଗ  କରିବେ ବୋଲି ସ୍ଥିର ହୋଇଥିଲା  l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ