ଉନ୍ନତ ମାନର ଶୁଖୁଆ ଉତ୍ପାଦନ ପ୍ରଶିକ୍ଷଣ
ଗଂଜାମ, (ବିନୋଦ ପଲାଇ) :ଗଂଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଗୋଖରକୁଦା ଠାରେ ” ଉନ୍ନତ ମାନର ଶୁଖୁଆ ଉତ୍ପାଦନ” ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମିଶନ ଶକ୍ତି ପରିଚାଳିତ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ଓଡିଶା ମଶ୍ଚବିଭାଗ ଦ୍ଵାରା ଆୟୋଜିତ, ଏହି ପ୍ରଶିକ୍ଷଣ ଶିବିରରେ ୱାଲଡ଼ଫିସ ସଙ୍ଘଠନର ଅଧିକାରୀ ଡାକ୍ତର ବୈଷ୍ଣବ ଚରଣ ରଥ, ସତୀଶ ରଂଜନ ଦାଶ, ଯୋଗଦେଇ ସୌର ଶକ୍ତି ଉପଯୋଗ ଦ୍ୱାରା ଏବଂ ପଲିହାଉସ ମଧ୍ୟରେ ଶୁଖୁଆ ପ୍ରସ୍ତୁତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମିଶନ ଶକ୍ତିର ଜିଲ୍ଲା ସଂଯୋଜକ ଶ୍ୱାସତ କୁମାର ସାହୁ, ଗଞ୍ଜମ ବ୍ଲକ ସଂଯୋଜକ ଚନ୍ଦନ କୁମାର ପାଢୀ, ଓଏଲଏମ ବିପିଏମ୍ ଜଳନ୍ଧର ମହାରଣା, ଯୋଗଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ୱାଲଡଫିସର ର ଅଧିକାରୀ ଅନୀଲ କୁମାର ସାହୁ, ସହକାରୀ ମଶ୍ଚ ଅଧିକାରୀ ପୂଜାରାଣୀ ସାହୁ, ଯୋଗଦେଇ ସମୁଦ୍ରରୁ ମାଛ ଧରା, ଓ ଉନ୍ନତ ମାନର ଶୁଖୁଆ ଉତ୍ପାଦନ ଉପରେ ବୁଝାଇଥିଲେ । ଓଡିଶା ସରକାରଙ୍କ ଏକ ଜିଲ୍ଲା ଏକ ଉତ୍ପାଦନ କାର୍ଯ୍ୟକ୍ରମ ଅନ୍ତର୍ଗତ ଦଶଟି ସ୍ଥାନରେ ମଶ୍ଚ ବିଭାଗ ଦ୍ୱାର ” ୱାଲଡ଼ଫିସ” ସଂଘଠନ ଆନୁକୂଲ୍ୟରେ ସୌରଶକ୍ତି ପରିଚାଳିତ ଶୁଖୁଆ ଉତ୍ପାଦନ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବ୍ଲକର ଗୋଖର କୁଦାଠାରେ ସ୍ଥାପିତ ଉତ୍ପାଦନ କେନ୍ଦ୍ରରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିରେ ଉକ୍ତ ଗୋଷ୍ଟିର ସଦସ୍ୟ, ପୁରୁଣାବନ୍ଧ ଗ୍ରାମର ସଭ୍ୟ ମାନେ ଯୋଗ ଦେଇଥିଲେ ।


