ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଉନ୍ନାଓ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଉନ୍ନାଓ ବିଧାୟକ କୁଲଦୀପ ସିଂ ସେଙ୍ଗର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେଙ୍ଗରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ତିସହଜାରୀ କୋର୍ଟ । ପୋକ୍ସୋ ଆଇନ ଏବଂ ଆଇପିସି ୩୭୬ରେ ସେ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ଡିସେମ୍ବର ୧୯ରେ ଦଣ୍ଡ ନେଇ କୋର୍ଟରେ ଶୁଣାଣି ହେବ ।