ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ : ଧାରଣାରେ ବସିଲେ ଅଖିଳେଶ

ନୂଆଦିଲ୍ଲୀ : ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ ପରେ ତେଜିବାରେ ଲାଗିଛି ଉତ୍ତର ପ୍ରଦେଶ ରାଜନୀତି । ବିରୋଧୀ ଦଳର ନେତୃବୃନ୍ଦ ଏହି ପ୍ରସଙ୍ଗକୁ ଅସ୍ତ୍ର ଭାବେ ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି। ଉନ୍ନାଓ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ବିଧାନସଭା ଆଗରେ ଧାରଣାରେ ବସିଛନ୍ତି । ରାଜ୍ୟ ସରକାର ପୀଡ଼ିତାଙ୍କୁ ସୁରକ୍ଷା ପ୍ରଦାନ ଦାବିରେ ବିଫଳ ହୋଇଥିବା କହିଛନ୍ତି। ଅଖିଳେଶଙ୍କ ସହ ସମାଜବାଦୀ ପାର୍ଟିର ଅନେକ ନେତା ମଧ୍ୟ ଧାରଣାରେ ସାମିଲ ହୋଇଛନ୍ତି । ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ, ରାଜ୍ୟ ଗୃହ ସଚିବ ଓ ଡିଜିପି ଇସ୍ତଫା କାହିଁକି ଦେଇନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ରବିବାର ରାଜ୍ୟର ସମସ୍ତ ଜିଲ୍ଲାରେ ସମାଜବାଦୀ ପାର୍ଟିର ନେତୃବୃନ୍ଦ ଶୋକସଭା କରିବେ। ଅନ୍ୟପଟେ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଉନ୍ନାଓ ଗସ୍ତ କରିଛନ୍ତି। ଉନ୍ନାଓର ପୂର୍ବ ଘଟଣାକୁ ଦୃଷ୍ଟିରେ ରଖି କାହିଁକି ବର୍ତ୍ତମାନ ପୀ଼ଡିତାଙ୍କୁ ସୁରକ୍ଷା ପ୍ରଦାନ କରାଗଲାନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଉତ୍ତର ପ୍ରଦେଶରେ ମହିଳାଙ୍କ ଉପରେ ଅତ୍ୟାଚାର ଚରମସୀମାରେ ପହଞ୍ଚିଛି। ରାଜ୍ୟ ସରକାର ଏହାକୁ ରୋକିବାକୁ ବିଫଳ ହୋଇଥିବା ପ୍ରିୟଙ୍କା କହିଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ