ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଉପ ଜିଲ୍ଲାପାଳ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ବୁଧବାର ହିଞ୍ଜିଳି ଗ୍ରସ୍ତରେ ଆସି ବହୁ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏ ନେଇ ବୁଧବାର ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ସଭାକକ୍ଷ ପ୍ରକୋଷ୍ଠରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ବୈଠକରେ ସ୍ଥାନୀୟ ବ୍ଳକର ବହୁ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ପୌରାଂଚଳ ଆରଏମସି ପରିସରରେ ନିର୍ମାଣଧିନ ଥିବା ୮୦ ଶର୍ଯ୍ୟା ବିଶିଷ୍ଟ ଡ଼ାକ୍ତରଖାନାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ବାରାହୀ ପାହାଡ଼ ନିକଟରେ ନିର୍ମାଣ ହେବାକୁ ଥିବା ୟୁକୋ ଟୁରିଜମ, ସ୍ଥାନୀୟ ବ୍ଳକ ଖରିଡ଼ା- ଚାନ୍ଦୁଲି ରାସ୍ତାରେ ୧୦ କୋଟି ଟଙ୍କା ବ୍ୟୟରେ ସେତୁ ନିର୍ମାଣ ସକାଶେ ବୈଠକରେ ଆଲୋଚନା କରାଯାଇଥିଲା । ଏଥି ସହ ପୌରାଂଚଳ ଓ ବ୍ଳକର ବିଭିନ୍ନ ସ୍ଥାନରେ ଚାଲିଥିବା ବହୁ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ଆୟୋଜିତ ବୈଠକରେ ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର, ଯୋଗାଣ ନିରିକ୍ଷକ ପୂର୍ଣ୍ଣବ୍ୟ ସାହୁ, ପ୍ରାଣୀ ଚିକିତ୍ସକ ଲମ୍ବୋଦର ମହାପାତ୍ର, ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ, ସହକାରୀ ଯନ୍ତ୍ରୀ ଉମାଚରଣ ପାଢି, ପୂର୍ତ ବିଭାଗୀୟ ସହକାରୀ ଯନ୍ତ୍ରୀ ଲଡ଼ୁ କିଶୋର ପଣ୍ଡା, ଆରଡ଼ବ୍ଳ୍ୟୁଏସଏସ ଏସଡ଼ିଓ ଟି.ବି. ଶଙ୍କରମ୍, ଆରଡ଼ବ୍ଳ୍ୟୁଏସଏସ ସହକାରୀ ଯନ୍ତ୍ରୀ ରବିନ୍ଦ୍ର ନାୟକ, କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ଦଳାଇ, କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର, ବିପିସି ନଳିନି ସିଂ, ବ୍ରହ୍ମପୁର ଏମ. ଆଇ. ବିଭାଗୀୟ ସହକାରୀ ଯନ୍ତ୍ରୀ ଅରୁଣ କୁମାର ଶୁକ୍ଳା, ଏମ.ଆଇ ବିଭାଗୀୟ ଏସଡ଼ିଓ ଉମା ଶଙ୍କର ସେଠି, ଉଠା ଜଳସେଚନ ବିଭାଗୀୟ ସହକାରୀ ଯନ୍ତ୍ରୀ ପରମାନନ୍ଦ ସାହୁ, ଆର.ଡ଼ି. ଏସଡ଼ିଓ ପ୍ରଦୀପ କୁମାର ପାଢି, ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ କେ. ନିମାଇଁଚାନ୍ଦ ମହାପାତ୍ର, ସିଡ଼ିପିଓ ଶୁଭଶ୍ରୀ ପାତ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।