ଉନ୍ନୟନ ବିଭାଗ ରେ କେଳେଙ୍କାରୀ ! ପିଚୁ କାମ ନ ସରୁଣୁ ପିଚୁ ଉଠିଲା ଦିନକ ପରେ!
କଳାହାଣ୍ଡି,(ଓ୍ବାଇଏନ୍ଏସ୍):କାମ ଶେଷ ନହେଉଣୁ ବାହାରି ପଡ଼ୁଛି ପିଚୁ।ତାହାବି ଦିନକ ପରେ।କେଉଁ ରମ୍ପା କି ଫାଉଡା ରେ ନୁହେଁ ସିଧା ହାତ ମାରିଲେ ପରସ୍ଥ ପରସ୍ଥ ପିଚୁ।ଏହା କେଉଁ ପଞ୍ଚାୟତ କୀ ବ୍ଲକ ର ରାସ୍ତା ନୁହେଁ। ଏ ହେଉଛି କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନବ ନିର୍ମିତ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାର ଦୃଶ୍ୟ। କେନ୍ଦୁଗୁଡ଼ା ଠାରୁ ପାଇକାପଡ଼ା ଭାୟା ଜୟନ୍ତପୁର ରାସ୍ତା କାହିଁ କେତେ ଦିନରୁ ଖାଳ ଖମାରେ ଅବହେଳିତ ଅବସ୍ଥାରେ ପଡ଼ିଥିଲା। ଦୀର୍ଘ ଦିନ ପରେ ଭାରତ ସରକାର ଏହି ରାସ୍ତା ନିର୍ମାଣ ପାଇଁ ମଞ୍ଜୁର କଲେ ପ୍ରାୟ ୪ କୋଟି ୯୦ଲକ୍ଷ ଟଙ୍କା ବିନିମୟରେ କଂଟ୍ରାକଟର ଆନନ୍ଦ ଅଗ୍ରୱାଲ ନାମକ ଠିକାଦାର ଦ୍ୱାରା ନିର୍ମାଣ। ଅଧିକ ଯାଗାରେ ହାତମାରିଦେଲେ ସେହି ଯାଗାରେ ଧୁଳି ବାଲି ସହ ରାସ୍ତା ରୁ ବାହାରିପଡୁଛି ପିଚୁ ।କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ କେନ୍ଦୁଗୁଡା ରାସ୍ତାର ଅବସ୍ଥା । ଦିର୍ଘ ୧୫ କିମି, ୭୦୦ ମିଟର ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ପ୍ରଧାନ ମନ୍ତ୍ରୀ ସଡକ ଯୋଜନା କାର୍ଯ୍ୟ ଆରମ୍ଭ ରୁ ହି ନିମ୍ନମାନର ହେଉଥିବାର ଅଭିଯୋଗ ହେଉଥିଲେ ମଧ୍ୟ୍ୟ ବିଭାଗୀୟ ଅଧିକାରୀ କର୍ଣପାତ କରୁନାହାନ୍ତି ଫଳରେ ଠିକାଦାର ମନମୁଖୀ କାର୍ଯ୍ୟ ଚଲାଇଛନ୍ତି ବୋଲି ପ୍ରକାଶ କରିଛନ୍ତି ଅଞ୍ଚଳବାସୀ ।ଉକ୍ତ ରାସ୍ତା କେନ୍ଦୁଗୁଡା ଠାରୁ ପାଇକପଡା ଭାୟା ଜୟନ୍ତପୁର ଦେଇ ନିର୍ମାଣ କାର୍ଯ୍ୟ ଚାଲୁରହିଛି ।ଗତକାଲି ସନ୍ଧ୍ୟା ସମୟରେ ବାରିକପଡା ଦେଇ ଯାଇଥିବା ଉକ୍ତ ରାସ୍ତାରେ ପିଚୁ କାର୍ଯ୍ୟ କରାଯାଇଥିଲା କିନ୍ତ ସକାଳୁ ହାତ ଓ ଗୋଡ ମାରିଦେଲେ ପିଚୁ ଖୋଲିଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା ଫଳରେ ଲୋକେ ଉତ୍ତେଜିତ ହୋଇପଡିଥିଲେ ।ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ନିର୍ମାଣ କାର୍ଯ୍ୟ କୁ ବିରୋଧ କରିବା ସହ ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଫୋନ ଯୋଗେ ଜଣାଇଥିଲେ । ତୁରନ୍ତ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟସ୍ଥଳରେ ପହଞ୍ଚି ପିଚୁ କାର୍ଯ୍ୟ ନିରିକ୍ଷଣ କରି ନିମ୍ନମାନର କାର୍ଯ୍ୟ ହୋଇଥିବା ସ୍ୱୀକାର କରିବା ସହ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ମନାକରିଥିଲେ ।ବେଶ କିଛି ସମୟ ଧରି ବିଭାଗୀୟ ଅଧିକାରୀ ଙ୍କ ସହ ଜନସାଧାରଣଙ୍କ ଯୁକ୍ତି ତର୍କ ହୋଇଥିବା ଦେଖିବାକୁ ମିଳିଥିଲା ।ଏହି ବିଭାଗ ଅଧିନରେ ଅନେକ ରାସ୍ତାରେ ନିମ୍ନ ମାନର ରାସ୍ତା ନିର୍ମାଣ ହେଉଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଠିକାଦାର ଓ ଯନ୍ତ୍ରୀ ଙ୍କ ମିଳି ଭଗତରେ ଚପାଇ ଦେଉଛନ୍ତି ।ରାଜନେତା ଓ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ହାତବାରିଶି ସାଜି ଘଟଣାକୁ ଚପାଇ ଦେଉଥିବାରୁ ଏଭଳି କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି। ଯେପର୍ଯ୍ୟନ୍ତ ରାସ୍ତାରେ ଦିଆଯାଇଥିବା ପିଚୁ ନ ଉଠି ନୂତନ ଭାବରେ କାର୍ଯ୍ୟ ନ ହୋଇଛି ସେ ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ କରାଇ ଦିଆଯିବ ନାହି ବୋଲି ପିସିସି ସଭ୍ୟ ଦିଗାମ୍ବର ଦୁରିଆ, ଧର୍ମଗଡ ବ୍ଲକ ବିଜେଡି ସଭାପତି ଟିକମନ ଯାଦବ ଓ ଗ୍ରାମବାସୀ ବିଭାଗୀୟ ଅଧିକାରୀ ଙ୍କ ଆଗରେ ପ୍ରକାଶ କରିଛନ୍ତି…


