ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ

ଯାଜପୁର, (ଓ୍ବାଇଏନ୍ଏସ୍):କରୋନା ପାଇଁ ବିବିଧ କାର୍ଯ୍ୟକ୍ରମରେ ଅଧିକାରୀମାନେ ବ୍ୟସ୍ତତା ସତ୍ତ୍ୱେ ଅନ୍ୟାନ୍ୟ ଊନ୍ନୟନ କାର୍ଯ୍ୟକୁ ଅଣଦେଖା କରାଯାଇପାରିବ ନାହିଁ।ତେଣୁ ଏହାକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ନିର୍ଦ୍ଦେଶ ଦେଇଚ୍ଥନ୍ତି।ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କର ଊନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳଶ୍ରୀଦାସ ବିଭିନ୍ନ ଆବାସ ଯୋଜନା, ମନରେଗା. ଜୀବିକା ମିଶନ ଇତ୍ୟାଦି ଯୋଜନା ଗୁଡିକର ସମୀକ୍ଷା କରିଥିଲେ।ଆବାସ ଯୋଜନାରେ ସାମିଲ ହୋଇ କାର୍ଯ୍ୟାଦେଶ ପାଇଥିବା ଘର ଗୁଡିକୁ ତୁରନ୍ତ ପୂର୍ଣ୍ଣାଙ୍ଗ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅପର ପକ୍ଷରେ ବିଭିନ୍ନ ବ୍ଳ୍‌କକୁ ପ୍ରଦାନ କରାଯାଇଥିବା ଗୃହ ଆବଣ୍ଟନର ଧାର୍ଯ୍ୟଲକ୍ଷ୍ୟକୁ ଯଦି ପୂରଣ କରାଯାଇନାହିଁ ତେବେ ତାହାକୁ ଉପଯୁକ୍ତ କାରଣ ଦର୍ଶାଇ ସରକାରଙ୍କୁ ପେଂରସ୍ତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଊପଯୁକ୍ତ ହିତାଧିକାରୀଙ୍କୁ ଯେପରି ବାଦ ଦିଆ ନଯାଏ ବା ଅଯୋଗ୍ୟ ହିତାଧିକାରୀଙ୍କୁ ଯେପରି ସାମିଲ ନ କରାଯାଏ ଏହା ସଠିକ ଅନୁଧ୍ୟାନ କରି ତଥ୍ୟ ପ୍ରଦାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଚ୍ଥନ୍ତି।ସେହିପରି ମନରେଗା ଯୋଜନାରେ ବର୍ତ୍ତମାନ ସମସ୍ତ ବ୍ଳ୍‌କରେ ବ୍ୟାପକ ବୃକ୍ଷ ରୋପଣ କରାଇବା ସହ ପ୍ରତ୍ୟେକ ବ୍ଳ୍‌କ ମାନଙ୍କରେ ଗୋଟିଏ ଗୋଟିଏ ସୁନ୍ଦର ଉଦ୍ୟାନ ସୃଷ୍ଟି କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।କେତେକ ବ୍ଳ୍‌କରେ କିଚ୍ଥି କର୍ମଚାରୀମାନେ କାର୍ଯରେ ଅବହେଳା ପ୍ରଦର୍ଶନ ସଂପର୍କରେ ଜିଲ୍ଲାପାଳ ସ୍ପଷ୍ଟ କରିଦେଇଚ୍ଥନ୍ତି ଯେ, ଯେଉଁମାନେ ଅବହେଳା କରୁଚ୍ଥନ୍ତି ବା ସେମାନଙ୍କର ପ୍ରଦର୍ଶନରେ ଊଲ୍ଲେଖନୀୟ ଊନ୍ନତି ନ ଘଟୁଚ୍ଥି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୫ଟି ବ୍ୟବସ୍ଥା ଲାଗୁ ହେବାପରେ କୈାଣସି ଅଧିକାରୀ ବା କର୍ମଚାରୀ ବିନା କାମ ବା ଉଲ୍ଲେଖନୀୟ ପ୍ରଦର୍ଶନ ନଥିଲେ କାର୍ଯ୍ୟାନୁଷ୍ଠାନର ସମ୍ଭାବନା ରହିଚ୍ଥି । ତେଣୁ ପ୍ରତ୍ୟେକ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସେ ସତର୍କ କରାଇ ଦେଇଚ୍ଥନ୍ତି।ସେହିପରି ଜିଲ୍ଲାରେ ଗୋ-ପାଳନ ସଂଖ୍ୟା ବୃଦ୍ଧି ପାଇଥିବାରୁ ଚଳିତ ବର୍ଷ ଠାରୁ ବ୍ୟାପକ ଘାସ ଚାଷର ବ୍ୟବସ୍ଥା ହୋଇଚ୍ଥି ।ଗୋଚର ଜମି ମାନଙ୍କରେ ସ୍ୱୟଂ ସହାୟକ ଗୋଷ୍ଠୀ ସହାୟତାରେ ଏହାକୁ କରାଯିବାକୁ ସେ ସୂଚନା ଦେଇଥିଲେ।ଏହା ପଂଳରେ ସଂପୃକ୍ତ ଜମିର ସୁରକ୍ଷା ଘଟିବା ସହ ଜବରଦଖଲ ସମ୍ଭାବନା ରହିବ ନାହିଁ । ଅପର ପକ୍ଷରେ ବ୍ଳ୍‌କ ଗୁଡିକର ସମ୍ୱଳ ଓ ସମ୍ଭାବନାକୁ ଦେଖି ପ୍ରକଳ୍ପମାନ ଚୟନ କରାଯାଉଚ୍ଥି ।ସୁକିନ୍ଦା ଓ ଦାନଗଦୀ ବ୍ଳ୍‌କରେ ଚାଷ ଏକ ଭଲ ପ୍ରକଳ୍ପ ହିସାବରେ ନିଆଯିବ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ।ବିଭିନ୍ନ ବ୍ଳ୍‌କର ଉନ୍ନୟନ କାର୍ଯ୍ୟର ସମୀକ୍ଷା ପାଇଁ ଦାୟିତ୍ୱ ଦିଆଯାଇଥିବା ବରିଷ୍ଠ ଅଧିକାରୀମାନେ ନିୟମିତ ସଂପୃକ୍ତ ବ୍ଳ୍‌କ ମାନଙ୍କର ସମୀକ୍ଷା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ପ୍ରାରମ୍ଭରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ବ୍ଳକ ଅନୁସାରେ ବିଭିନ୍ନ ଯୋଜନାର ତଥ୍ୟ ଊପସ୍ଥାପନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଆଇ.ଏ.ଏସ୍‌. ପ୍ରୋବେସନର ସଚିନ ପାୱାର, ଅତିରିକ୍ତ ଜିଲ୍ଲାପାଳମିହିର ପ୍ରସାଦ ମହାନ୍ତି, ଜିଲ୍ଲାର ସମସ୍ତ ବ୍ଳ୍‌କର ବି.ଡି.ଓ., ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମା ସେଠୀ, ଏ.ପି.ଡି. ସୋହାନା ବେଗମ୍‌, ମନରେଗାର ସଂଯୋଜକ ଚିନ୍ମୟ ସିଂ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ