ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଡିଓ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଆଜି ରବିବାର ଛୁଟିିଦିନରେ ମଧ୍ୟ ଭଣ୍ଡାରିପୋଖରୀ ବିଡିଓ ବିଜୟ କୁମାର ସାହୁ ବ୍ଲକ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଥମେ ଶ୍ରୀ ସାହୁ ଜଳମଣ୍ଡୁଆ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପହଞ୍ଚି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନ କାର୍ଯ୍ୟକାରୀ ହେଉଥିବା ବାସଗୃହ ସମ୍ପର୍କରେ ସରପଞ୍ଚ ଜଗବନ୍ଧୁ ଦାସଙ୍କ ସହ ଆଲୋଚନା କରିଥିଲେ । ତତସଂଗେସଂଗେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା କୁଶଳୀ ଓ ଅଣକୁଶଳୀ ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ରାଜମିସ୍ତ୍ରୀ ତାଲିମ ଶିବିରରେ ଯୋଗଦେଇଥିଲେ । ଏହାପରେ ବ୍ଲକ ସଭାଗୃହ ମଧ୍ୟରେ ସ୍ୱଚ୍ଛ ଓଡିଶା ଓ ସୁସ୍ଥ ଓଡିଶା ସଫଳ ରୂପାୟନ ନେଇ ବିଡିଓ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏଥିରେ କନିଷ୍ଠ ଯନ୍ତ୍ରୀ ଭାଗିରଥି ଦାସ, ଦିବାକର ସାହୁ, ଉଦୟନାଥ ବେଜଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ସ୍ୱଚ୍ଛଭାରତ ପରିପ୍ରେକ୍ଷିରେ ବ୍ଲକ ଅଞ୍ଚଲରେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ନିତ କରିବାକୁ ବିଡିଓ ଉପସ୍ଥିତ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ