ଉପକାରାଗାର ରେ ୧୭କଏଦୀ ଓ ୫କର୍ମଚାରୀ କରୋନା ଆକ୍ରାନ୍ତ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ରେ ବିଭିନ୍ନ ସରକାରୀ କର୍ମଚାରୀ ଓ ଜନସାଧାରଣ କରୋନା ରେ ଆକ୍ରାନ୍ତ ହୋଇଛନ୍ତି ସେଥି ମଧ୍ୟରୁ କିଛି କର୍ମଚାରୀ ସୁସ୍ଥ ହଇ ଫେରିଲେଣି | ବର୍ତ୍ତମାନ ରା.ଉଦୟଗିରି ଉପକାରାଗାର ରେ ମଧ୍ୟ କରୋନା ଆକ୍ରାନ୍ତ ହଇଛନ୍ତି୨୫ ଜଣ | ସେଥି ମଧ୍ୟରୁ କଏଦୀ ୧୭ ଜଣ ଓ କାରାଗାର ଅଧିକାରୀ ସମେତ ୫ କର୍ମଚାରୀ ଆକ୍ରାନ୍ତ ଅଛନ୍ତି ଏହା ସହ ଅନ୍ୟ ୩ଜଣ କଏଦୀଙ୍କୁ ଘରୋଇ ସଂଘରୋଧ ରେ ରଖା ଯାଇଛି ୧୭ ଜଣ କଏଦୀ ଙ୍କୁ ରାତିରେ ବ୍ରହ୍ମପୁର ପଠାଯାଇଛି |କର୍ମଚାରୀମାନେ ନିଜ ଘରୋଇ ସଂଘରୋଧ ରେ ରହିଛନ୍ତି ଓ କାରାଗାର ଅଧିକାରୀ ଙ୍କ ସ୍ୱାସ୍ତ୍ୟ ବହୁତ ଖରାପଥିବା ଜଣା ପଡ଼ିଛି, ବର୍ତ୍ତମାନ  ଅନ୍ୟ ସ୍ଥାନରୁ ଜଣେ ଅଧିକାରୀଙ୍କୁ ଆଣି କାରାଗାର ୫ ଜଣ କର୍ମଚାରୀ ଙ୍କ ସମେତ ୪ ରି ହୋମଗାର୍ଡ ଙ୍କୁ ନେଇ କାରାଗାର ଚାଲିଛି  ବୋଲି ଅଧିକାରୀ ଗୁରୁବାରିଆ ଦଳବେହେରା କହିଛନ୍ତି |କାରାଗାର ରେ କର୍ମଚାରୀ ୬ଓ ୫୨ କଏଦୀ ରହୁଛନ୍ତି |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ