ଉପକୃତ ହେବେ ବେଲଗୁଣ୍ଠା ବ୍ଳକ୍ ଦଶ ପଂଚାୟତର ଜନସାଧାରଣ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ବେଲଗୁଣ୍ଠା ବ୍ଳକ୍ କୁ ଭାଗ କରୁ୍ଥିବା ବଡ଼ନଦୀ ଉପରେ ମନ୍ଦାର ଓ ଠେଙ୍ଗାଧର ମଧ୍ୟରେ ୧୭ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ବଡ଼ନଦୀ ସେତୁ ପାଇଁ ଆଜି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଭୂମିପୂଜା କରିଛନ୍ତି I ବେଲଗୁଣ୍ଠା ବ୍ଳକ୍ ର ୧୮ ଟି ପଞ୍ଚାୟତ ମଧ୍ୟରୁ ଦଶଟି ପଂଚାୟତର ଜନସାଧାରଙ୍କ ପାଇଁ ଏହି ନଦୀ ପ୍ରତିବନ୍ଧକ ସାଜୁଥିଲା I ଲୋକେ କୌଣସୀ ଅତ୍ୟାବଶ୍ୟକୀୟ କାର୍ଯ୍ୟ ପାଇଁ ଭାୟା ଭଞ୍ଜନଗର ଦେଇ ବେଲଗୁଣ୍ଠାରେ ପହଞ୍ଚୁଥିଲେ I ଏହି ପଂଚାୟତ ଗୁଡ଼ିକ ହେଲା ଗାଙ୍ଗପୁର, ଖଇରପୁଟି,କ୍ଷତ୍ରିୟବରପୁର,ଗୋବରା,ଶାସନ, ବଡ଼ ବୋର୍ସିଂ, ବେଣୀପଲ୍ଲୀ, ନାଟେଙ୍ଗା,ବଡପଡା ଏବଂ ପାଇଲିପଡ଼ା I ଏପିରିକି ଇଙ୍ଗିନାଠି ପଞ୍ଚାୟତର ଜନସାଧାରଣ ମଧ୍ୟ ଏହି ନଦୀ ପ୍ରତିବନ୍ଧକ ଯୋଗୁଁ ମାତ୍ର ଏକ କିଲୋମିଟର୍ ରାସ୍ତା ବଦଳରେ ବାର ତେର କିଲୋମିଟର୍ ରାସ୍ତା ବୁଲି ବେଲଗୁଣ୍ଠାକୁ ଯାଉଥିଲେ I ଏହି ସେତୁ ନିର୍ମାଣ ହେବାପରେ ଏହି ଦୂରତ୍ୱ ବହୁମାତ୍ରାରେ କମିବ ବୋଲି ଆଜି ବହୁ ବକ୍ତା ପ୍ରକାଶ କରିଥିଲେ I ଆଜି ମନ୍ଦାର ଗ୍ରାମଠାରେ ଏକ ଭୂମି ପୂଜନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ, ମୁଖ୍ୟବକ୍ତା ଭାବେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବହୁ ଜନହିତକର କାର୍ଯ୍ୟକ୍ରମକୁ ଲୋକ ମାନଙ୍କ ନିକଟରେ ପହଞ୍ଚାଇବା ସହ ଆଗାମୀ ଦିନରେ ଏହି ଅଞ୍ଚଳର କୌଣସୀ ଊନ୍ନୟନ କାର୍ଯ୍ୟ ପାଇଁ ଅର୍ଥର ଅଭାବ ରହିବ ନାହିଁଁ ବୋଲି ପ୍ରକାଶ କରିଥିଲେ I ଏହି ଅବସରରେ ବଡ଼ବୋର୍ସିଂ ସରପଞ୍ଚ ତଥା ବ୍ଳକ୍ ବିଜେଡ଼ି ସଭାପତି ରାମେଶ୍ଵର ପାତ୍ରଙ୍କ ସଭାପତିତ୍ୱରେ ଆନୁଷ୍ଠିତ ବୈଠକରେ ଅନ୍ୟତମ ଅତିଥି ଭାବେ ବେଲଗୁଣ୍ଠା ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ୪୭ ନମ୍ବର୍ ବିଜେଡି଼ ଜୋନ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଜିଲ୍ଲାପରିଷଦ ସଭ୍ୟା ପୂର୍ଣ୍ଣବାସୀ ନାୟକ, ଜିଲ୍ଲାପରିଷଦ ସଭ୍ୟ ରାଜେଶ କୁମାର ସାହୁ, ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ତଥା ବେଣୀପଲ୍ଲୀ ସରପଞ୍ଚ ଦୁର୍ଗା ମାଧବ ନାୟକ,ଇଙ୍ଗିନାଠି ସରପଞ୍ଚ ଶୁକଦେବ ସ୍ଵାଇଁ, ସାଂସଦ ପ୍ରତିନିଧି ସନ୍ତୋଷ ସ୍ୱାଇଁ, ଯୁବ ବିଜେଡ଼ି ସଭାପତି ଶିବରାମ ରାଉତ,ସମିତିସଭ୍ୟ ସୁଧାଂଶୁ ଶେଖର ପଲେଇ,ବିଭୂପାଦ ଜେନା, ଆଯୋଧ୍ୟା ବେହେରା, କାଉନସିଲର୍ ଭାସ୍କର ପାତ୍ର, ଦିଲ୍ଲୀପ ଆଚାରୀ, ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ସୁମନ୍ତ ବିଷୋୟୀଙ୍କ ସମେତ ବହୁ ସରପଞ୍ଚ ସମିତିସଭ୍ୟ ଏବଂ ସ୍ଥାନୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ I ଆଜି ପ୍ରଥମେ ବିଧାୟକ ଶ୍ରୀ ସ୍ଵାଇଁ ଏବଂ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ନାୟକ ବଡ଼ ବୋର୍ସିଂ ପଂଚାୟତର ଗୁଣ୍ଠପଲ୍ଲବା ଏବଂ ବଡ଼ ବୋର୍ସିଂ ମଧ୍ୟରେ ଥିବା କାଳିଆମ୍ବା ନାଳ ଉପରେ ସେତୁ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ I ଏହା ପରେ ଖେତ୍ରିୟବରପୁର ଠାରୁ ମାଆ ବୁଢାକେନ୍ଦୁ ମନ୍ଦିର ରାସ୍ତାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନକରି କରିଥିଲେ I ଏହା ସହ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ସୋରଡ଼ା ଫେରିଯାଇଥିଲେ I ବଡ଼ ନଦୀ ଉପରେ ନିର୍ମାଣ ହେବାକୁ ଥିବା ସେତୁର ନିର୍ମାଣ କାର୍ଯ୍ୟ ଦୁଇ ବର୍ଷ ମଧ୍ୟରେ ସମ୍ପନ୍ନ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଏହାର ନିର୍ମାଣ କିପରି ଉନ୍ନତମାନର ହେବ ସେନେଇ ଅଞ୍ଚଳବାସୀ ତଦାରଖ କରିବା ପାଇଁ ବିଧାୟକ ଶ୍ରୀ ସ୍ଵାଇଁ ନିବେଦନ କରିଥିଲେ I ନିର୍ମାଣ କାର୍ଯ୍ୟରେ କୌଣସୀ ତ୍ରୁଟିବିଚ୍ୟୁତି ଦେଖିଲେ ଅଞ୍ଚଳବାସୀ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହିତ ବିଧାୟକଙ୍କ ଦୃଷ୍ଟିକୁ ଆଣିଲେ ସେ ଏହାର ତୁରନ୍ତ ପ୍ରତିକାର ଗ୍ରହଣ କରିବେ ବୋଲି ପ୍ରତିଶୃ୍ତି ଦେଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ