ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ସ୍ଥାନୀୟ ଉପଜିଲ୍ଲାପାଲଙ୍କ ସମ୍ମିଳନୀ କକ୍ଷରେ ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଅଧ୍ୟକ୍ଷତା କରି ଚଳିତ ଆର୍ଥିକ ବର୍ଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ରାଜସ୍ୱ ଆଦାୟ ପ୍ରତି ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲିଜ୍ ନହୋଇଥିବା ସଇରାତ ଗୁଡିକୁ ବେଆଇନ୍ ଭାବେ ଚଳାଉଥିବା ସଇରାତ ଗୁଡିକୁ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ହେବ । ଯେଉଁମାନେ ଚୋରା ଚାଲଣ କରୁଛନ୍ତି ସେମାନଙ୍କ ଉପରେ ଚଢାଉ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପଜିଲ୍ଲାପାଳ କହିଛନ୍ତି । ସାଧାରଣ ନିର୍ବାଚନ ପାଇଁ ଯେତେ ସବୁ ପେଣ୍ଡିଂ ରହିଥିବା କାର୍ଯ୍ୟ ଗୁଡିକୁ ତୁରନ୍ତ ଶେଷ କରିବା ପାଇଁ କୁହାଯାଇଛି । ବିଶେଷ କରି ପ୍ରାକୃତିକ ଦୁର୍ଘଟଣାରେ ତଥା ସାପ କାମୁଡା, ଅଂଶୁଘାତ, ନଦୀ କିମ୍ବା ପୋଖରୀରେ ବୁଡି ମୃତ୍ୟୁ ହୋଇଥିବା ବାକି ରହିଥିବା ୪୭ ଟି ମାମଲା ଗୁଡିକୁ ସପ୍ତାହ ମଧ୍ୟରେ ରିପୋର୍ଟ ସବ୍ଡିଭିଜନ୍କୁ ପଠାଇବା ପାଇଁ କୁହାଯାଇଛି । ବାକି ରହିଥିବା ମ୍ୟୁଟେସନ୍, ଓଏଲଆର୍ ୮(ଏ) ମାମଲା ଗୁଡିକୁ ନିର୍ଧାରିତ ସମୟରେ ଫଇସଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ମଞ୍ଜୁର ହୋଇଥିବା ହିତାଧିକାରୀଙ୍କୁ ଏବଂ ବେବନ୍ଦୋବସ୍ତ ଯୋଜନାରେ ମଞ୍ଜୁର ହେଇଥିବା ହିତାଧିକାରୀଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରିବାକୁ ଉପଜିଲ୍ଲାପାଳ କହିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଉପଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା, ରାଜସ୍ୱ ସହକାରୀ ଅଖିଳ କୁମାର ସାବତଙ୍କ ସମେତ ସମସ୍ତ ତହସିଲଦାର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ