ଉପଖଣ୍ଡସ୍ତରୀୟ ଶିଶୁ ବିକାଶ ଯୋଜନାରେ ଅଗ୍ରଗତି ସମ୍ବନ୍ଧୀୟ ସମୀକ୍ଷା ବୈଠକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଛତ୍ରପୁର ଉପଖଣ୍ଡସ୍ତରୀୟ ଶିଶୁ ବିକାଶ ଯୋଜନାର ଅଗ୍ରଗତି ସମ୍ବନ୍ଧୀୟ ସମୀକ୍ଷା ବୈଠକ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟତଃ ମମତା ଯୋଜନା, ରନ୍ଧାଖାଦ୍ୟ, ଅଙ୍ଗନୱାଡି କୋଠା, ଟୀକାକରଣ ସମେତ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଥିଲା । ମମତା ଯୋଜନାରେ ବାଦ୍ ପଡିଥିବା ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ସାମିଲ କରିବା, ରନ୍ଧାଖାଦ୍ୟର ତଦାରଖ କରିବା, ସଂପୂର୍ଣ୍ଣ ହୋଇଯାଇଥିବା ଅଙ୍ଗନବାଡି କୋଠା ଗୁଡିକ ଅଂଚଳର ସିଡିପିଓ ମାନେ ବିଡିଓ ମାନଙ୍କ ଠରୁ ନିଜ ହାତକୁ ଆଣିବା, ଏହାସହିତ କୋଠା ଗୁଡିକରେ ପାନୀୟଜଳ ଓ ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥା ହୋଇଛି କି ନାହିଁ ଦେଖିବେ । ଯେଉଁ ଅଂଚଳ ଗୁଡିକରେ ଅସଂପୂର୍ଣ୍ଣ ରହିଛି କୋଠା ଗୁଡିକ ତାହାକୁ ତଦାରଖ କରି ସିଡିପିଓ ମାନେ ବିଡିଓ ମାନଙ୍କ ସମନ୍ୱୟ ରକ୍ଷା କରି କାର୍ଯ୍ୟ ଗୁଡିକ ତୁରନ୍ତ ଶେଷ କରିବେ, ଅଙ୍ଗବାଡି କର୍ମୀମାନେ ନୀୟମିତ କେନ୍ଦ୍ରକୁ ଆସୁଛନ୍ତି କି ନାହିଁ ତାହାକୁ ସୁପରଭାଇଜର ମାନେ ପରିଦର୍ଶନ କରି ରିପୋର୍ଟ ସଂଗ୍ରହ କରିବେ । ସିଡିପିଓ ମାନେ ଅଂଚଳର ସେଣ୍ଟର ଗୁଡିକୁ ବୁଲି ଏହାର ତାଦାରଖ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଠିକ୍ ଚାଲୁଛି କି ନାହିଁ ତାହାର ରିପୋର୍ଟ ସଂଗ୍ରହ କରି ଉଚ୍ଚ ପଦାଧିକାରୀ ମାନଙ୍କୁ ପ୍ରଦାନ କରିବେ । ଏହାସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପଞ୍ଚାନନ ପଣ୍ଡାଙ୍କ ସମେତ ସମସ୍ତ ସିଡିପିଓ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ