ଉପଖଣ୍ଡସ୍ତରୀୟ ସଡକ ସୁରକ୍ଷା ବୈଠକ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡସ୍ତରୀୟ ସଡକ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତି ବୈଠକରେ ଉପଖଣ୍ଡ ସ୍ତରୀୟ ବିଦ୍ୟାଳୟ , କଲେଜର ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ , ଆଧ୍ୟାପକ ଅଧ୍ୟାପିକା ଏବଂ ଜନସାଧାରଣ ମାନଙ୍କୁ ଉପଜିଲ୍ଲାପାଳ ସୁରକ୍ଷିତ ଯାତ୍ରା ସମୟରେ ହେଲମେଟର ବ୍ୟବହାର କରିବା , ଲାଇସେନ୍ସ ପାଖରେ ରଖି ଯାତାୟତ କରିବା , ଗାଡି ଚଲାଇବା ସମୟରେ ମୋବାଇଲର ବ୍ୟବହାର ନକରିବା , ନିଶା ସେବନ କରି ଗାଡି ନଚଲେଇବା , ଟ୍ରାଫିକ ନିୟମ ମାନି ଗାଡି ଚଲାଇବା ଇତ୍ୟାଦି ସମ୍ପର୍କରେ ସଚେତନତା କରାଇଥିଲେ । ଉକ୍ତ ବୈଠକରେ ଡଃ. ଲକ୍ଷ୍‌ମୀକାତ୍ତ୍ରିପାଠୀ , ଆଞ୍ଚଳିକ ନିର୍ଦ୍ଦେଶକ ଉଚ୍ଚ ଶିକ୍ଷା ବିଭାଗର ଅଧିକାରୀ -. ପିନାକୀ ମହାନ୍ତୀ, ଆର.ଏନ ଡୁରା କଲେଜ ଅଧ୍ୟକ୍ଷ, ଶ୍ରୀ . ଡି. ଉାଲେଶ୍ୱର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ