ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସଚେତନତା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଉପଖଣ୍ଡ ଚିକିତ୍ସାଳୟ, ହିଞ୍ଜିଳିକାଟୁ ପକ୍ଷରୁ ସୋମବାର ହିଞ୍ଜିଳି ବ୍ଲକ ଖଣ୍ଡରା ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡ଼ାକ୍ତର ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଏକ ସ୍ୱାସ୍ଥ୍ୟ ଟିମ୍ ଗ୍ରାମ ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଚ୍ଛାତ୍ର ଛାତ୍ରୀଙ୍କୁ ନେଇ ସ୍ବଚ୍ଛ ଭାରତ ମିଶନର ଆଭିମୁଖ୍ୟ ଓ ଏହାର ଉପଯୋଗୀତା ବିଷୟରେ ପରାମର୍ଶ ଦେବା ସହ ଗାଁ ପରିମଳ ଓ ପରିବେଶକୁ ସ୍ୱଚ୍ଛତା ରଖିବା,ପ୍ରଦୂଷଣ ମୁକ୍ତ ଗାଁ ଲାଗି ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା। ସମ୍ପୃକ୍ତ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ପ୍ଲାକାର୍ଡ ପ୍ରଦର୍ଶନ କରି ଗ୍ରାମବାସୀଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ନିଜ ଶରୀରକୁ ସୁସ୍ଥ ଓ ସ୍ଵାସ୍ଥ୍ୟ ସଚେତନତାର ଆବଶ୍ୟକକୁ ଉପଯୋଗ କରିବା ପାଇଁ ହାତ ଧୁଆ ପଦ୍ଧତି,ଦାନ୍ତର ଉପଯୁକ୍ତ ଯତ୍ନ ନେବା ସଂମ୍ପର୍କରେ ଡାକ୍ତର ମାନେ ପରାମର୍ଶ ଦେଇଥିଲେ। ପରେ ଏକ ଦନ୍ତ ଚିକିତ୍ସା ସ୍ୱାସ୍ଥ୍ୟ ଶିବିର ଆୟୋଜନ ହେବା ସହ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆଜିର ଏହି ବ୍ୟସ୍ତ ବହୁକ ଦୁନିଆରେ ପରିବେଶ ସୁରକ୍ଷା, ଉତ୍ତମ ଚରିତ୍ର,ସୁସ୍ଥ ଖାଦ୍ୟ ଓ ନିରୋଗ ଶରୀର ନିମନ୍ତେ ଚିନି,ଲୁଣ ଓ ତେଲ ଯୁକ୍ତ ଖାଦ୍ୟ କମ ଖାଇବା ନିମନ୍ତେ ଅଧୀକ୍ଷକ ଡ଼ାକ୍ତର ସାହୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଡ଼ାକ୍ତର ସନ୍ତୋଷ କୁମାର ଷଢ଼ଙ୍ଗୀ,ଡ଼ାକ୍ତର ତାପସ ସିଆଲ, ଚିକିତ୍ସାଳୟ ପରିଚାଳକ ମହେଶ୍ୱତା ପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ବେହେରା, ଶିକ୍ଷକ ଲଡୁ କିଶୋର ଗୌଡ଼,ଫାର୍ମାସିଷ୍ଟ ସାଗର ସାହୁ, ସଫେଇ ସୁପର ଭାଇଜର ଅଶେଷ ବେହେରା, ସଫେଇ ଦିଦି ଓ ଛାତ୍ର ଛାତ୍ରୀ ମାନେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ