ଉପଖଣ୍ଡ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ ସୋମବାର ଅପରାହ୍ନ ୫ଟାରେ ଚିକିତ୍ସାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କମିଟିର ଅଧ୍ୟକ୍ଷ ତଥା ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ଡାକ୍ତର ମାନଙ୍କୁ ରୋଗୀ ସେବାରେ ଅଧିକ କ୍ରିୟାଶୀଳ ହେବା ନିମନ୍ତେ ପରାମର୍ଶ ଦେବା ସହ ସବୁ ସ୍ତରରେ ନିରାମୟ ଯୋଜନାର ଔଷଧ ଲେଖିବା ଉପରେ ଗୁରୁତ୍ୱ ଦେଇଥିଲେ । ଏହା ସହ ମେଡିକାଲରେ ଉନ୍ନୟନ ମୂଳକ କାର୍ଯ୍ୟ, ରୋଗୀ ମାନେ କିପରି ବିଭିନ୍ନ ସୁବିଧା ସହଯୋଗରେ ଚିକିତ୍ସିତ ହୋଇପାରିବେ ସେଥିପ୍ରତି ଧ୍ୟାନ ଦେବାପାଇଁ ମଧ୍ୟ ସେ କହିଥିଲେ । ଚିକିତ୍ସାଳୟର ସ୍ଥିତି ସୁଧାର ଆସୁଥିବା ବେଳେ ଅନ୍ୟ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ନୀତ କରିବାର ଆବଶ୍ୟକତା ରହିଛି । ଏହି ଚିକିତ୍ସାଳୟ ଉପରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସମେତ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ଜନସାଧାରଣ ନିର୍ଭର କରୁଛନ୍ତି । ତେଣୁ ରୋଗୀ ମାନଙ୍କୁ ନିୟମିତ ସବୁ ପ୍ରକାର ଚିକିତ୍ସା ଯୋଗାଇବା ସହ ଚିକିତ୍ସାଳୟ କ୍ୟାମ୍ପସ ସଫା ସୁତରା ରଖିବା ।ପରିବେଶ ସଫା ରଖିବା । ଡାକ୍ତର ମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ କାଯ୍ୟରେ ଯୋଗଦେବା ଉପରେ ଗୁରୁତ୍ୱ ଦେଇଥିଲେ । । ଚିକିତ୍ସାଳୟ ପରିସରରେ ଚାଲିଥିବା ସମସ୍ତ ଉନ୍ନୟନ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ-୫ଟି ସୂଚୀ ମଧ୍ୟରୁ ଅକ୍ଟୋବର ୨ ତାରିଖ ଠାରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେଉଛି । ରୋଗୀଙ୍କୁ ସହ ରୋଗୀ ସଂପର୍କୀୟ ମାନଙ୍କୁ ଚିକିତ୍ସାଳୟର କର୍ତୃପକ୍ଷମାନେ ଉତମ ବ୍ୟବହାର ଓ ଆଚରଣ ପ୍ରଦାନ କରିବାକୁ ହେବ । ହସ୍ପିଟାଲରେ ଡାକ୍ତର ସାଙ୍ଗକୁ ନର୍ସ ଓ ଅନ୍ୟନ୍ୟା କର୍ମଚାରୀ ସଂଖ୍ୟା ଅଭାବ ରହିଛି । ଏହି ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ, ସଚିବ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ସହିତ ଆଲୋଚନା ହୋଇଛି । ଅକ୍ଟୋବର ମାସ ପରେ ୩ ରୁ ୪ ଡାକ୍ତରଙ୍କୁ ଏହି ହସ୍ପିଟାଲରେ ନିଯୁକ୍ତି ଦେବା ପାଇଁ ଯୋଜନା ରହିଛି । ସେତେଦିନ ପର୍ଯ୍ୟନ୍ତ ବର୍ତମାନ ଯେତେ ପରିମାଣ ଡାକ୍ତର ଓ କର୍ମଚାରୀମାନେ ଅଛନ୍ତି ସେମାନେ ଅତ୍ୟନ୍ତ ରୋଗୀଙ୍କୁ ଉତମ ସେବା ଯୋଗାଇବା ପାଇଁ ବିଧାୟକ ଶ୍ରୀ ବେହେରା ପରାମର୍ଶ ଦେଇଛନ୍ତି । ଏଥିସହ ରୋଗୀଙ୍କ ସାଧାରଣରେ ମୃତ୍ୟୁ ହେଲେ ମଧ୍ୟ ହସ୍ପିଟାଲ ପୁଲିସକୁ ସୂଚନା ଦେଇ ଶବ ବ୍ୟବଚ୍ଛେଦ କରିବାକୁ କୁହାଯାଉଛି । ଏଥିରେ ମୃତକ ପରିବାର ବର୍ଗଙ୍କୁ ଅଯଥାରେ ହଇରାଣ କରାଯାଉଛି ବୋଲି ବିଧାୟକ ହସ୍ପିଟାଲ କର୍ତୃପକ୍ଷଙ୍କୁ ତାଗିଦ୍ କରିଥିଲେ । ଏହା ସହିତ କମିଟି ସଭ୍ୟ ମାନଙ୍କ ସହିତ ବିଧାୟକ ଶ୍ରୀ ବେହେରା ଚିକିତ୍ସାଳୟ ବିଭିନ୍ନ ଉନ୍ନତୀ ଏବଂ ଆବଶ୍ୟକୀୟ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ସେହିପରି ରାତ୍ର ଡ୍ୟୁଟିରେ ହସ୍ପିଟାଲର ଅମ୍ବୁଲାନ୍ସ ଡ୍ରାଇଭର ରହୁନାହାନ୍ତି ବୋଲି କମିଟିର ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡି ଅଭିଯୋଗ କରିଥିଲେ । ଛତ୍ରପୁର ୟୁଥ୍ମାସ୍ ସେବା ସଂଘ ତରଫରୁ ହ୍ସ୍ପିଟାଲକୁ ଶବ ରଖିବା ପାଇଁ ଏକ ଫ୍ରିଜର୍ ସହାୟତା କରିବା ପାଇଁ ଆଜିର ବୈଠକରେ ସଂଘର ସଂପାଦକ ସୟଦ ମୁକ୍ତାର ପ୍ରସ୍ତାବ ଦେଇଛନ୍ତି । ଏହାକୁ ବିଧାୟକ ସମେତ ଅନ୍ୟାନ୍ୟ କମିଟିର ସଦସ୍ୟମାନେ ସଂଘକୁ କୃତଜ୍ଞତା ଜଣାଇଥିଲେ । ହସ୍ପିଟାଲକୁ ଏକ ନୂତନ ଜେନରେଟର କିଣିବା ପାଇଁ ପ୍ରସ୍ତାବ ରହିଥିଲା । ଅନ୍ୟାନ୍ୟ ପରିସରର ପୁର୍ତ ବିଭାଗ ଦ୍ୱାରା ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟକୁ ତୁରନ୍ତ ଶେଷ କରିବା ପାଇଁ କମିଟିର ଉପାଧ୍ୟକ୍ଷ ତଥା ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ନୀରାମୟ ଔଷଧ ଗଚ୍ଛିତ ରଖି ତାର ସୁବିନିଯୋଗ କରିବା ନିମନ୍ତେ ଛତ୍ରପୁର ଉପଜିଲ୍ଲପାଳ ଶ୍ରୀ ପୃଷ୍ଟି କହିବାସହ ଡାକ୍ତର ମାନେ ନିୟମିତ ଆସି ରୋଗୀ ସେବା ଦେବା ନିମନ୍ତେ ପରାମର୍ଶ ଦେଇଥିଲେ । ହସ୍ପିଟାଲ ପରିସରରେ ଦୁଗ୍ଧ ଏଟିଏମ୍ ନିର୍ମାଣ କରିବା ପାଇଁ ଜାଗା ଚିହ୍ନଟ ଏବଂ ଏହାର ଅନ୍ୟ ବିବରଣୀ ସଂପର୍କରେ ଆଲୋଚନା କରିବା ପାଇଁ କୁହାଯାଇଛି । ବୈଠକରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ର ଅଧ୍ୟକ୍ଷ ଡାକ୍ତର କାହ୍ନୁ ଚରଣ ପାତ୍ର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ଉପରେ ନିଆଯାଉଥିବା ପଦକ୍ଷେପ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଚିକିତ୍ସାଳୟର ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା ପୂର୍ବ ବୈଠକ ଏବଂ ହେଇଥିବା ଖର୍ଚ୍ଚ ହିସାବ ଉପସ୍ଥାପନା କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ, , ବରିଷ୍ଠ ଡା.ଜିତେନ୍ଦ୍ର ମୋହନ ବେବର୍ତା ,ଛତ୍ରପୁର ରେଗୀ କଲ୍ୟାଣ ସମିତି ସଦସ୍ୟ ବସନ୍ତ କୁମାର ମହାରଣା, କୃପାସିନ୍ଧୁ ପଣ୍ଡା, ଆଇନଜିବୀ ବିଜୟ କୃଷ୍ଣ ପଟ୍ଟନାୟକ, ସମାଜସେବୀ ରମେଶ ସାହୁ,ପୂର୍ତବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଜି.ରାଜଗୋପାଳ ରାଓ,ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ଛତ୍ରପୁର ଏନଏସିର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଲିଲନ ପ୍ରସାଦ ସାହୁ, ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ମଳୟ କୁମାର ନାୟକ, ଜିଇଡିର ସହକାରୀ ନିର୍ବାହୀ ଯନ୍ତ୍ରୀ ଏ.ରଣାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ