ଉପଖଣ୍ଡ ଡାକ୍ତରଖାନାର ଆଇସୋଲେସନ୍ କକ୍ଷକୁ ଉପଜିଲ୍ଲାପାଳଙ୍କ ତଦାରଖ
ଛତ୍ରପୁର, : ଉପଖଣ୍ଡ ଚିକିତ୍ସାଳୟକୁ ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ଓ ତହସିଲଦାର ନୀଳମାଧବ ଭୋଇ ପରିଦର୍ଶନ କରି ଆଇସୋଲେସନ୍ କକ୍ଷକୁ ତଦାରଖ କରିଛନ୍ତି । ଏଥିସହ ଚିକିତ୍ସାଳୟ ପରିସର ଓ ରୋଗୀଙ୍କ ନିମନ୍ତେ ରହିଥିବା ସମସ୍ତ କକ୍ଷ ଓ ବେଡ୍ ଗୁଡିକର ପରିଷ୍କାର ପରିଛନ୍ନତାକୁ ତଦାରଖ କରିଥିଲେ । ଡାକ୍ତରଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀମାନେ ମାସ୍କ ପରିଧାନ କରିବା ସହ ରୋଗୀ ଏବଂ ରୋଗୀ ସଂପର୍କୀୟଙ୍କୁ ବାରମ୍ବାର ସାବୁନ୍ରେ ହାତ ଧୋଇବା, ଜ୍ୱର, କାଶ, ଛିଙ୍କ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ସଚେତନତା କରିବା ପାଇଁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏଥିରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ କାହ୍ନୁ ଚରଣ ପାତ୍ର, ମ୍ୟାନଜର ସନ୍ତୋଷ କୁମାର ପାଣ୍ଡାଙ୍କସମେତ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।