ଉପଖଣ୍ଡ ଡାକ୍ତରଖାନାର ରୋଗୀ କଲ୍ୟାଣ ସମିତି ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ର ସମ୍ମିଳନୀ କକ୍ଷ ଠାରେ ଉପଖଣ୍ଡ ଡାକ୍ତରଖାନାର ରୋଗୀ କଲ୍ୟାଣ ସମିତି ଗଭର୍ଣ୍ଣି ବଡିଂ କମିଟିର ବୈଠକ ଛତ୍ରପୁର ବିଧାୟକ ତଥା ଆରକେଏସ ଗଭର୍ଣ୍ଣି ବଡିଂ କମିଟିର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ଡାକ୍ତରଖାନରେ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇବା ସହ ଡାକ୍ତରଖାନା ପରିସରର ପାରିପାଶ୍ୱର୍କୁ ସୌନ୍ଦର୍ଯ୍ୟୀକରଣ ଦିଗରେ ମଧ୍ୟ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ କହିଛନ୍ତି । ଏନ୍‌ଏସି ସହ ପୁର୍ତ୍ତ ଓ ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ନ୍ୟସ୍ତ କରାଯାଇଥିବା ଦାୟିତ୍ୱକୁ ନିର୍ଦ୍ଧାରିତ ସମୟ ମଧ୍ୟ ଶେଷ କରିବାକୁ ହେବ । ଡାକ୍ତରଖାନା ପରିସରରେ ଥିବା ୯ଟି ସ୍ୱତନ୍ତ୍ର କ୍ୟାବିନ୍‌ର ପୁନଃରୁଦ୍ଧାର କରିବା ପାଇଁ ତୁରନ୍ତ ଖସଡା ପ୍ରସ୍ତୁତ କରିବାକୁ କୁହାଯାଇଛି । ଡାକ୍ତରଖାନାକୁ ସର୍ଜରି, ମେଡିସିନ ଓ ଆବଶ୍ୟକ ଅନୁଯାୟୀ ଡାକ୍ତର ଏବଂ ଫର୍ମାସିଷ୍ଟ ପଦବୀ ପୂରଣ କରିବା ନିମନ୍ତେ ରୋଗୀ କଲ୍ୟାଣ ସମିତିର ସଭ୍ୟ ବିଜୟ କୃଷ୍ଣ ପଟ୍ଟନାୟକ ଓ ବସନ୍ତ କୁମାର ମହାରଣା ଦୃଷ୍ଟି ଆକର୍ଷଣ କରିଥିଲେ । ଏହାସହ ନୀରାମୟ ଔଷଧ ବିତରଣ କେନ୍ଦ୍ରକୁ ରାତ୍ର ୯ଟା ପର୍ଯ୍ୟନ୍ତ ଖୋଲିବା ସହ ରାତ୍ର ଡ୍ୟୁଟିରେ ଅଧିକ ଡାକ୍ତର ରହିବା ଏବଂ ଡାକ୍ତର ମାନେ ହେଡକ୍ୱାର୍ଟରରେ ରହିବା ଉପରେ ଆଲୋଚନା କରାଯାଇଥିଲ।। ପ୍ରାରମ୍ଭରେ ଚିକିତ୍ସାଳୟର ଅଧୀକ୍ଷକ ପ୍ରଫୁଲ ଚନ୍ଦ୍ର ଗୌଡ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଆବଶ୍ୟକତା ଥିବା କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ହସ୍ପିଟାଲ ମ୍ୟାନଜର ସନ୍ତୋଷ କୁମାର ପଣ୍ଡା ଗତ ବୈଠକ ଓ ଆଜିର ବୈଠକର କାର୍ଯ୍ୟସୂଚୀ ସମ୍ପର୍କରେ ଉପସ୍ଥାପନ କରିଥିଲେ । ଶେଷରେ ବରିଷ୍ଠ ଡାକ୍ତର ସୁଦର୍ଶନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି,, ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍‌.ଗଣେଶ ବାବୁ, ଛତ୍ରପୁର ବିଦ୍ୟୁତ ବିଭାଗର ଏସଡିଓ ଇଂ ରାଜ କିଶୋର ବଲ୍ଲଭ, ଛତ୍ରପୁର ବିଇଓ ଅବିନାଶ ଶତପଥି, ଛତ୍ରପୁର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ବେହେରା, ଜନସ୍ୱାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ମୃଦୁ କୁମାରୀ ପାଣିଗ୍ରାହୀ, ଜଳ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଅଧିକାରୀ କାଳୁ ଚରଣ ପାତ୍ର, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ଜିଇଡି ବିଭାଗର ଯନ୍ତ୍ରୀ ପଙ୍କଜ ରଣା, ରୋଗୀ କଲ୍ୟାଣ ସମିତିର ସଭ୍ୟ ବିଜୟ କୃଷ୍ଣ ପଟ୍ଟନାୟକ ଓ ବସନ୍ତ କୁମାର ମହାରଣା, ତ୍ରିନାଥ ସୁନ୍ଦରୀ କେବିନ୍ ର ରମେଶ ଚନ୍ଦ୍ର ସାହୁ, ହେଲ୍ପ ଡେସ୍କର ମ୍ୟାନେଜର ଜିତେନ୍ଦ୍ର ମହାପାତ୍ରଙ୍କ ସମେତ ରୋଗୀ କଲ୍ୟାଣ ସମିତି ର ବହୁ ସଦସ୍ୟ ମାନେ ଯୋଗ ଦେଇଥିଲେ । ବୈଠକର ପ୍ରାରମ୍ଭରେ ରୋଗୀ କଲ୍ୟାଣ ସମିତି ର ଦୁଇ ଜଣ ସଭ୍ୟ ସୁବର୍ଣ୍ଣମାଳା ବିଷୋୟୀ ଓ ପୁର୍ତ୍ତବିଭାଗର ପୂର୍ବତନ ସହକାରୀ ନିର୍ବାହୀ ଯନ୍ତ୍ରୀ ଟି.ଲୋକେଶ ଙ୍କ ବିୟୋଗରେ ସେମାନଙ୍କ ଆତ୍ମାର ସତଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ