ଉପଖଣ୍ଡ ବିଦ୍ୟୁତ ବିଭାଗ ପକ୍ଷରୁ ସଚେତନତା

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ବିଦ୍ୟୁତ ବିଭାଗର କରଞ୍ଜିଆ ଓ ଯଶିପୁର ଡିଭିଜନ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ବିଭାଗ ସୁରକ୍ଷା ଅଧିକାରୀ ଇଂ ପ୍ରିୟବ୍ରତ ବାରିକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାଯାତ୍ରା ଉପଖଣ୍ଡ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ରୁ ବାହାରି କରଞ୍ଜିଆ ବଜାର ପରିକ୍ରମା କରିଥିଲା ଏହି କାର୍ଯ୍ୟକ୍ରମର ପରିଚାଳନା ଉପଖଣ୍ଡ ବିଦ୍ୟୁତ ଅଧିକାରୀ ଇଂ କୃଷ୍ଣ ଚନ୍ଦ୍ର ସେଠୀ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ମ୍ୟାନେଜର ଯଶିପୁର ଇଂ ରାଜେଶ କୁମାର ମହାନ୍ତ, ଜୁନିଅର ମ୍ୟାନେଜର ଇଂ ଅମିୟ କୁମାର ସାହୁ, ଇଂ ଜୟନ୍ତ କୁମାର ମହାନ୍ତ,ଭବେନ୍ଦ୍ର ନାଥ ଟୁଡୁ ପରିଚାଳନାରେ ସହଯୋଗ କରିଥିଲେ । ଲାଇନ୍ସ ମ୍ୟାନ (ଏ) ସନ୍ୟାସୀ ମୁର୍ମୁ,(ବି) ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ନିଜେ ବା ନିଜ ପରିବାରର କୈାଣସି ଲୋକଙ୍କୁ ବିଦ୍ୟୁତ ତାରରେ କାର୍ଯ୍ୟ ନକରାଇବା, ବିଦ୍ୟୁତ ତାରରେ ଲୁଗା ନଶୁଖାଇବା ଓ ପଶୁ ନବାନ୍ଧିବା, ବର୍ଷା ବା ଘଡ଼ଘଡ଼ି ସମୟରେ ବିଦ୍ୟୁତ ଖୁଣ୍ଟ ପାଖକୁ ନଯିବାକୁ ତଥା ତାର ନିକଟରେ ଥିବା ଗଛ ବା ଡାଳ ନକାଟିବା,ହୁକ ନପକାଇବା, ଆର୍ଥିଙ୍ଗ ବା ଅନ୍ୟ ବିଦ୍ୟୁତ ସରଞ୍ଜାମ ଅଭିଜ୍ଞ ଓ ସ୍ୱକୃତି ପ୍ରାପ୍ତ କର୍ମଚାରୀଙ୍କୁ ଦେଖାଇବା, ଲାଇନ୍ ତଳେ ଗୃହ ନିର୍ମାଣ ନକରିବା, ସର୍ବଦା ଆଇଏସଆଇ ମାର୍କ ବା ରେଟେଡ ବିଦ୍ୟୁତ ଉପକରଣ ବ୍ୟବହାର ଓ ସଂରକ୍ଷଣ ପ୍ରଭୁତି ବିଷୟରେ ସଚେତନ ରହି ନିଜକୁ ତଥା ନିଜ ପରିବାରକୁ ବିପଦରୁ ଉଦ୍ଧାର କରିବାକୁ ଅନୁପ୍ରାଣିତ କରାଯିବା ଉଦେଶ୍ୟ ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଉପଖଣ୍ଡ ବିଦ୍ୟୁତ ଅଧିକାରୀ ଇଂ କୃଷ୍ଣ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ