ଉପଖଣ୍ଡ ବ୍ଲକସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍): ଓଡିଶା ଜିବିକା ମିସନ ପକ୍ଷରୁ ଛତ୍ରପୁର ବ୍ଲକ ପରିସରରେ ଦୀନ ଦୟାଲ ଉପାଧ୍ୟକ୍ଷ ଗ୍ରାମୀଣ କୈାଶଳ ଯୋଜନା ଆନୁକୂଲ୍ୟରେ ବେକାର ଶିକ୍ଷିତ ଯୁବକ /ଯୁବତୀ (୧୮-୩୫) ମାନଙ୍କ ନିମନ୍ତେ ଉପଖଣ୍ଡ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବ୍ଲକର ୧୩ଟି ପଂଚାୟତର ୫୧୯ଜଣ ଯୁବକ/ଯୁବତୀ ପଂଜିକୃତ କରିଥିବା ବେଳେ ସେଥିରୁ ୪୧୧ଜଣ ଟ୍ରେନିଂ ନିମନ୍ତେ ଚୟନ ହୋଇଛନ୍ତି । ଏହି ଶିବିରରେ ୭ଗୋଟି କଂପାନୀ ଯୋଗଦେଇ । ପ୍ରାରମ୍ଭରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ ମୁଖ୍ୟ ଅତିଥୀଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ ଏହାର କାର୍ଯ୍ୟସୂଚୀ ଉପରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ମୁଖ୍ୟ କିରାଣୀ ପ୍ରଦୀପ କୁମାର ନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଓଡିଶା ଜିବୀକା ମିସନର ବ୍ଲକ ସଂଯୋଜିକା ମାନିନୀ ଜେନା ପରିଚାଳନା କରିଥିଲେ ।