ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ନୀଳଗିରି,(ୱାଏନଏସ): ଆସନ୍ତା ନଭେମ୍ବର ୧୮, ୧୯ ଏବଂ ୨୦ ତାରିଖରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ସୋମବାର ପ୍ରସ୍ତୁତି ବୈଠକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଅଫିସ ପରିସରରେ ହୋଇ ଯାଇଛି | ଉକ୍ତ ବୈଠକରେ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଅଧ୍ୟକ୍ଷତା କରିଥିବା ବେଳେ, ଆବାହକ ଭାବେ ନୀଳଗିରି ଏଡିଓ ସୁମନ୍ତ ନାୟକ, ପିପିଏ ଅରୁଣ ପରିଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଜିଲ୍ଲା କୃଷି ଅଧିକାରୀ ଲଖ୍ମଣ ମୁର୍ମୁ, ଜିଲ୍ଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ଉପସ୍ଥିତ ରହି ପର୍ଯ୍ୟାୟ କ୍ରମେ ହେବାକୁ ଥିବା ନୀଳଗିରି ଓ ଔପଦା ବ୍ଳକ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ର ପାତି ମେଳା ପାଇଁ ବିଭିନ୍ନ ଦିଗପ୍ରତି ଆଲୋଚନା କରାଯାଇ ଉକ୍ତ ତାରିଖ ସ୍ଥିରୀକୃତ କରାଯାଇ ଥିଲା | ଶେଷରେ ବ୍ଲକ କୃଷି ଅଧିକାରୀ ମିତାଲି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ |