ଉପଖଣ୍ଡ ସ୍ତରୀୟ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ
ବ୍ରହ୍ମପୁର,(ଅନିଲ କୁମାର): ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମିଳନୀ କକ୍ଷରେ ଉପଖଣ୍ଡ ସ୍ତରୀୟ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ବୈଠକରେ ଉପଜିଲ୍ଲାପାଳ ଶ୍ରୀ କ୍ରିତିଭାସନଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଛି | ଚଳିତ ବର୍ଷ କୋଭିଡ-୧୯ କଟକଣା ପରିପ୍ରେକ୍ଷୀରେ ପୂଜା ଅନୁଷ୍ଠିତ ହେବ | ପୂଜା ମଣ୍ଡପ ପେଣ୍ଡାଲ ଗୁଡିକ ତିନି ଦିଗରୁ ବନ୍ଦ କରି ରଖାଯିବ | ତା ସହ ଜଣସାଧାରଣକୁ ଠାକୁରଙ୍କ ଦର୍ଶନ ବାରଣ କରାଯାଇଛି | ଠାକୁର ମୂର୍ତ୍ତି ଚାରି ଫୁଟ ରହିବ, ବାଦ୍ୟ ଯନ୍ତ୍ର ବ୍ୟବହାର ହେବ ନାହିଁ ,ପୂଜା ମଣ୍ଡପରେ ପୂଜାରୀ ଓ ଆୟୋଜକଙ୍କୁ ମିଶାଇ ସମୁଦାୟ ସାତ ଜଣ ରହିପାରିବେ | ସ୍ଥାନୀୟ ପ୍ରଶାସନର ନିୟମନୁସାରେ ସମସ୍ଥଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହିବ, ସମସ୍ତେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବେ, ପୂଜା ମଣ୍ଡପ ଚାରି ପାଖ ପରିସ୍କାର ଓ ପରିଚ୍ଛନ୍ନ ରଖିବେ, ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବେ, ପୂଜା ମଣ୍ଡପ ନିକଟରେ ସିସି କେମେରା ଲଗାଇବେ, ମୂର୍ତ୍ତି ବିସର୍ଜନ ପାଇଁ ଶୋଭାଯାତ୍ରା ହେବନାହିଁ,ସ୍ଥାନୀୟ ପ୍ରଶାସନ ଦ୍ୱାରା କରାଯାଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯିବ ଏବଂ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ହେବ ନାହିଁ | ଏହା କହି ସମସ୍ତ ପୂଜା କମିଟିର ସଦସ୍ୟ ମାନଙ୍କୁ ଅନୁରୋଧ କରିଥିଲେ | ଏହାସହ ଟ୍ରାଫିକ ସମସ୍ୟା ଦୂରୀକରଣ କରିବାକୁ ମଧ୍ୟ ଅନୁରୋଧ କରିଥିଲେ |