ଉପଖଣ୍ଡ ସ୍ତରୀୟ ସଡକ ସୁରକ୍ଷା ବୈଠକ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ଗୁରୁବାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ସିନ୍ଧେଦତ୍ତାତ୍ରୟ ଭାଉସାହେବଙ୍କ ଅଧକ୍ଷତାରେ ଉପଖଣ୍ଡ ସ୍ତରୀୟ ସଡକ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ରହ୍ମପୁର ସହର ଉପଖଣ୍ଡ ସମସ୍ତ ତହସିଲର ରାସ୍ତାଘାଟ୍ ମରାମତି କରିବା ସହ ଗାଡି ଚାଳନା ସମୟରେ ୨୦୨୯ ମୋଟର ଯାନ ଆଇନକୁ ମାନି ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟକୁ ସୁରକ୍ଷିତ ରଖିବା ପାଇଁ ଗାଡି ଚାଳନା ସମୟରେ ମୁଣ୍ଡରେ ହେଲମେଟ୍ , ନିଶାଦ୍ରବ୍ୟ ସେବନ ଗାଡି ଚଳାଇବା ନାହିଁ , ଗାଡି ଚଳାଇବା ସମୟରେ ଗାଡିର ସମସ୍ତ କାଗଜପତ୍ର ସଠିକ୍ ଭାବେ ଗାଡିରେ ରଖିବା । ଦ୍ରୁତ ଗତିରେ ଗାଡି ଚଳାଇବା ନାହିଁ । ଗାଡି ଚଳାଇବା ସମୟରେ ସିଟ୍ ବେଲ୍ଟ ବାନ୍ଧି ଗାଡି ଚାଳନା କରିବା । ଏଥିସହ ଗାଡି ଚାଳନା ସମୟରେ ମୋବାଇଲରେ ହେବା ସମ୍ପୂର୍ଣ୍ଣ ୨୦୧୯ ଆଇନର ନିୟମକୁ ଉଂଲଘନ କରୁଛି । ତେଣୁ ଗାଡି ଚାଳକ ମାନେ ନିୟମକୁ ମାନି ଚଳାଇବା ଆବଶ୍ୟକ । ଯଦି କୈାଣସି ବ୍ୟକ୍ତି ମୋଟର ଯାନ ଆଇନକୁ ଖୋଲାଖୋଲି ଉଲଂଘନ କରେ ତେବେ ଗାଡି ଚାଳକ ମାନଙ୍କ ଉପରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତ ପ୍ରକାଶ କରିବା ସହ ପ୍ରତି କଲେଜରେ ଡ୍ରାଇଂଭି ଲାଇସେନ୍ସ କରିବା ସହ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରି ଜନ ସଚେତନତା କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ଉପଜିଲ୍ଲାପାଳ ସମେତ ଅତିରିକ୍ତ ପରିବହନ ଅଧିକାରୀ ଶ୍ରୀ .କେ ଭେଙ୍କେଟେଶ୍ୱର, ବ୍ରହ୍ମପୁର ତହସିଲଦାର ଶ୍ରୀ ବିନୋଦ କୁମାର ବେହେରା, ଶ୍ରୀ ପ୍ରଦୀପ କୁମାର ମହାରଣା ,ସହକାରୀ ଜିଲ୍ଲାପାଳ ବ୍ରହ୍ମପୁର ସମସ୍ତ ସ୍କୁଲର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ